Latest Odisha News

BREAKING NEWS

Yearly Archives

2020

ଲ୍ୟାଣ୍ଡଫଲ୍ କଲା ନିସର୍ଗ

ମୁମ୍ବାଇ: ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ନିସର୍ଗ’ ମହାରାଷ୍ଟ୍ର ଉପକୂଳରେ ସ୍ଥଳଭାଗ ଛୁଇଁଛି । ଏବେ ଏହି ବାତ୍ୟା ଆଗାମୀ କିଛି ଘଣ୍ଟା ମଧ୍ୟରେ ମୁମ୍ବାଇ ଉପକୂଳ ପହଞ୍ଚିବା ସହିତ ସୁରଟରେ ଏହାର ପ୍ରଭାବ ଅନୁଭୁତ ହେବ । Maharashtra: Trees uprooted in Palghar as landfall effect…

କୃଷକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ ବଜାର’

ନୂଆଦିଲ୍ଲୀ: ଆଜି ପୁଣିଥରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଦୁଇଟି ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ଏବେ କୃଷକ ନିଜ ଫସଲକୁ ସିଧା ବିକ୍ରି କରି ପାରିବେ । ଦେଶରେ କୃଷକଙ୍କ ପାଇଁ ଗୋଟିଏ ଦେଶ,ଗୋଟିଏ ବଜାର ବ୍ୟବସ୍ଥା ରହିବ । ଏହା ଦ୍ୱାରା କୃଷକ ଦେଶର ଯେକୌଣସି…

ହେଲା ମାନଭଂଜନ, ରାଗ ରୁଷା ଭୁଲି କୋଳାକୋଳି ହେଲେ ବାବୁ-ଜଗା

ଭୁବନେଶ୍ୱର: କାଲି ରୁଷି ଥିଲେ, ଆଜି ସବୁ ରାଗ ରୁଷା ଭୁଲି ଗଲେ। ଏ ଫୋଟୋ ହିଁ ବୁଝାଉଛି ଯେ ନିଜ ଜିଦରୁ ଓହରିଗଲେ ବିଜେପି ନେତା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ । ସେ ତାଙ୍କ ଇସ୍ତଫା ପତ୍ର…

ଝାଡଖଣ୍ଡରେ ଲାଲ ଆତଙ୍କ, ୧୧ଟି ଗାଡି ଜାଳିଦେଲେ ନକ୍ସଲ

ଝାଡଖଣ୍ଡ: ଝାଡଖଣ୍ଡରେ ଲାଲ ଆତଙ୍କ । ନିଜ ସ୍ଥିତି ଜାହିର କରିବା ପାଇଁ ୧୧ଟି ଗାଡିରେ ନିଆଁ ଲଗାଇଦେଲେ ନକ୍ସଲ । ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଝାଡ଼ଖଣ୍ଡର ଲୋହରଡ଼ାଗା ଜିଲ୍ଲାରେ ଏକ ଖନନକାରୀ ସଂସ୍ଥାର କ୍ୟାମ୍ପ କାର‌୍ୟ୍ୟାଳୟ ସମେତ ୧୧ଟି ଗାଡ଼ିରେ ନକ୍ସଲମାନେ ନିଆଁ ଲଗାଇ ଦେଇଛନ୍ତି…

ଡିସଚାର୍ଜ ହେଲେ ଆଉ ୯୧ ସଂକ୍ରମିତ, ରାଜ୍ୟରେ ୧୪ଶହ ଡେଇଁଲା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ଆଜି ସକାଳେ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ଣରେ ଆଉ ୯୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।…

ବଜ୍ରପାତ ସହିତ ଝଡ଼ବର୍ଷା ସମ୍ଭାବନା: ଜାଣନ୍ତୁ, କେଉଁ ଜିଲ୍ଲା ଲାଗି ରହିଛି ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପାଣିପାଗ ସମ୍ପର୍କିତ ସଦ୍ୟତମ ସୂଚନାନୁଯାୟୀ ବୁଧବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର କେତୋଟି ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । ଯେଉଁସବୁ ଜିଲ୍ଲାଗୁଡ଼ିକରେ…

ଘାଟିରେ ଓଲଟିଲା ବରଯାତ୍ରୀ ଗାଡି, ୨ ମୃତ, ୩୦ ଆହତ

ଜୟପୁର: ଘାଟିରେ ଓଲଟିଲା ବରଯାତ୍ରୀ ଗାଡି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ କୁମୁଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ଗୁରୁମାଇ ଗୁଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ବୋଡିଗାଁରୁ…

ଓଡ଼ିଶା ଠାରୁ ମାତ୍ର ୫୦୦ କିମି ଦୂରରେ ପଙ୍ଗପାଳ: କୃଷି ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାଠାରୁ ମାତ୍ର ୫ଶହ କିଲୋମିଟର ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତରେ ଅଛନ୍ତି। ତେବେ ଏମାନେ ଓଡ଼ିଶା ଆସିବା ନେଇ ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ମନିଟର କରାଯାଉଛି । ସମସ୍ତ ଜିଲ୍ଳାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ…

ଚୀନ-ଭାରତ ଉତ୍ତେଜନା ପରିସ୍ଥିତିରେ ମୋଦୀଙ୍କ ସହ କଥା ହେଲେ ଡୋନାଲ୍ଡ ଟ୍ରମ୍ପ୍‌

ନୂଆଦିଲ୍ଲୀ: ସାମ୍ପ୍ରତିକ ପରିସ୍ଥିତିରେ ଭାରତ ଓ ଚୀନ ସୀମାକୁ ନେଇ ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲଦାଖ ସୀମାରେ ଏହି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହୁଛି । ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

ସଟ୍‌ଡାଉନ ସମୟରେ ଭୁବନେଶ୍ୱରେ ଖୋଲିବନି ପାର୍କ

ଭୁବନେଶ୍ୱର: ସଟଡାଉନ ବେଳେ ଭୁବନେଶ୍ୱରେ ଖୋଲିବନି ପାର୍କ । ଶନିବାର ଓ ରବିବାର ରାଜଧାନୀର ସବୁ ପାର୍କ ବନ୍ଦ ରହିବ । ଏନେଇ ବିଏମ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନ୍ୟ ସବୁ ଦିନରେ ବିଏମ୍‌ସି ଅଧିନରେ ଥିବା ସମସ୍ତ ପାର୍କ ଖୋଲିବ ।…