Latest Odisha News

BREAKING NEWS

Yearly Archives

2022

ପ୍ରଫେସର ତ୍ରିପାଠୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

କୋରାପୁଟ : କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ। ୨୦୨୧ ଜୁଲାଇରେ ସ୍ବର୍ଗତ ଆଇ.ରାମବ୍ରହ୍ମଙ୍କ ଦେହାନ୍ତ ପରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡିଥିଲା।…

ଶସ୍ତା ହେବ କ୍ୟାନସର ଓ ସଂକ୍ରମଣରୋଧୀ ଔଷଧର ଦାମ

ନୂଆଦିଲ୍ଲୀ: ଦେଶରେ କେତେକ ଜରୁରୀକାଳୀନ ଔଷଧର ଦାମ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟା ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ଏନଏଲଇଏମ ଶ୍ରେଣୀରେ ଏହି ଔଷଧଗୁଡିକୁ ସାମିଲ କରିବା ପାଇଁ ଘୋଷଣା କରିଛନ୍ତି । ଏଥିରେ…

ଡେଙ୍ଗୁ ଭୁବନେଶ୍ୱରବାସୀଙ୍କ ଚିନ୍ତା ବଢାଇଛି

ଭୁବନେଶ୍ୱର : ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା।  ଡେଙ୍ଗୁ କବଳରେ ଏବେ ରାଜଧାନୀ ଭୁବନେଶ୍ୱର । ଡେଙ୍ଗୁ ପାଇଁ ଭୁବନେଶ୍ୱରବାସୀ ଙ୍କ ଚିନ୍ତା ବଢିଯାଇଛି । କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପାଇଁ ଶଯ୍ୟାର ଘୋର ଅଭାବ ଦେଖା ଦେଇଛି। ଡେଙ୍ଗୁକୁ ନେଇ ଚିନ୍ତାଜନକ ସ୍ଥିତି ଥିବା…

ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ପ୍ରତିବାଦ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ତରଫରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ।  ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ରେ ବିସିବାସହ ପ୍ରତିବାଦ କରିଛନ୍ତି ଟ୍ରାକ୍ଟର ମାଲିକମାନେ  ।  ଟ୍ରାକ୍ଟର ମାଲିକ ମାନେ ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ସହର…

ଦରମା ଦାବି କରି ଥାନା ଆଗରେ ଶତାଧିକ ଶ୍ରମିକଙ୍କ ଧାରଣା

ପାରାଦୀପ: ଶତାଧିକ ଶ୍ରମିକଙ୍କ ସହ ଖେଳୁଛି କମ୍ପାନୀ । କାମ କରାଉଛି, ଦରମା କଥା କହିଲେ ଥାନା ଡର ଦେଖାଉଛି । ଆଇଓସିଏଲର ଠିକା କମ୍ପାନୀ ଏଲ୍ ଆଣ୍ଡ ଟି, ଆପେକ୍ସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଶତାଧିକ ଶ୍ରମିକ । କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ…

ଇଣ୍ଟରନ୍ୟାସନାଲ ରାମ୍ପରେ ଡେବ୍ୟୁ କରିବେ ଅନନ୍ୟା ବିର୍ଲା

ମୁମ୍ବାଇ: ଦେଶର ପ୍ରମୁଖ ଉଦ୍ୟୋଗପତି କୁମାର ମଙ୍ଗଲମ ବିର୍ଲାଙ୍କ ଏକମାତ୍ର ସିଙ୍ଗର ତଥା ଗୀତିକାର ଝିଅ ଅନନ୍ୟା ବିର୍ଲା ଏବେ ମଡେଲିଂରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନନ୍ୟା କେବଳ ବ୍ୟବସାୟରେ ନିଜକୁ ସୀମିତ କରି ରଖିନାହାଁନ୍ତି ବରଂ ଫ୍ୟାଶନ, ସଙ୍ଗୀତ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ…

ପଦଯାତ୍ରା ରୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ରାଜନୀତିରେ ଏଭଳି ଅନେକ କଥା ଏଭଳି ଅନେକ ପ୍ରୟାସ ସାମିଲ ହେଇଛି ଯାହା ବର୍ତ୍ତମାନ ସୁଦ୍ଧା ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହେଇ ରହିଛି । ରାଜନୀତି କୁ ସେବା ଭାବିରେ ନେଇ ବହୁ ରାଜନେତା ତାଙ୍କର ଏକ ଅନନ୍ୟ ଚିନ୍ତାଧାରାର ଭାବମୂର୍ତ୍ତି ନିର୍ମାଣ କରି ପାରିଛନ୍ତି । ଯଦି ଆମେ…

ଦୈନିକ ୧୦ ହଜାର ଷ୍ଟେପ ଚାଲନ୍ତୁ, କ୍ୟାନସର ଭଳି ମାରାତ୍ମକ ରୋଗ ଭୟରୁ ନିର୍ଭୟ ରୁହନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦିନକୁ ୩୦ମିନିଟ୍ ଚାଲିବା, ଯୋଗ ଓ ଜିମ୍ ଯିବା ସହ ସମାନ। କିନ୍ତୁ ଆପଣ ଜାଣନ୍ତିକି ପ୍ରତିଦିନ ଚାଲିବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ। ସିଡନୀ ୟୁନିଭରସିଟି ଏବଂ ଅଷ୍ଟ୍ରେଲିଆର ସାଉଥ ଡେନମାର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଦୈନିକ…

ଓଡିଶା ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ବିଭିନ୍ନ ଦାବି ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି

ଭୁବନେଶ୍ୱର : ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ୪ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ରାଜଭବନଠାରେ ସାକ୍ଷାତ କରିଛନ୍ତି  ।  ତାସହ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି  । ଏହି ସ୍ମାରକପତ୍ରରେ ଦର୍ଶାଯାଇଥିବା ଦାବି…

ଗାଡ଼ି ଚାଳକଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବ୍ରହ୍ମପୁର: ଗତ ୧୦ ତାରିଖରେ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାର ନାରାୟଣପୁର ମୁଖ୍ୟ ରାସ୍ତା ପାର୍ଶ୍ଵରେ କାଳିଆ ବିଷୋୟୀ(୩୮) ନାମକ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ବେଳେ ବେପରୁଆ ଭାବେ ଗାଡି ଚଳାଇ ଆସୁଥିବା ଜଣେ କାର ହଠାତ୍ ଧକ୍କା ଦେଇଥିଲା । ଫଳରେ କାଳିଆଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।…