କବିତା : ଅସ୍ତିତ୍ବ
ରୀତା ପଟ୍ଟନାୟକ
ତୋର ମନେଅଛି ??
ସେଇ ପିତଳ ପଟିଦିଆ ପୁରୁଣା ବେତପେଡି !!!
ସେ ପେଡିରେ ସାଇତା
କିଛି ଅଧାଫୁଟା ଗୋଲାପ କଢି !!!
ଫର୍ଦ୍ଦ ଫର୍ଦ୍ଦ ଅଧାଲେଖା ଗପ ସାଥେ --
ନାଲି ମଖମଲି କନାରେ ବନ୍ଧା କେତୋଟି କଉଡ଼ି ।
ଆଜି କାହିଁକି କେଜାଣି
ମନରୁ ସେଇ ଛବିଟି
ଅବିକଳ ଉତୁରି ଆସିଲା…