Latest Odisha News

BREAKING NEWS

Yearly Archives

2024

ରାଜଧାନୀ ସମେତ ଏହି ୫ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ସତର୍କତା

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ତ ରୌଦ୍ୟତାପରେ ଜନଜୀବନ ଆଉଟୁପାଉଟୁ ହେଉଥିବାବେଳେ ଆଗାମୀ ୩ ଘଣ୍ଟାରେ ଭୁବନେଶ୍ୱର ସମେତ ୫ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ଜାରି କଲା ପାଣିପାଗ ବିଭାଗ। ଅପରାହ୍ନ ୪.୨୦ ସମୟରେ ବିଜୁଳି, ଘଡ଼ଘଡ଼ି ମାରିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା…

ବିଜେପିରେ ସାମିଲ ହେଲେ ଅନୁପମା ଫେମ୍ ରୁପାଲି ଗାଙ୍ଗୁଲି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନର ମାହୋଲ । ଏଥିପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏହାରି ଭିତରେ ଅନେକ ରାଜନେତା ଦଳ ଛାଡୁଥିବା ବେଳେ ଅନେକ ଦଳରେ ସାମିଲ ମଧ୍ୟ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଜଣେ ଟିଭି ଅଭିନେତ୍ରୀ…

ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସ୍ମାର୍ଟ-୩ ଆଣ୍ଟି ସବ୍‌ମେରାଇନ ମିସାଇଲ୍‌ ସଫଳତାର ସହ ପରୀକ୍ଷଣ

ଭୁବନେଶ୍ୱର: ସ୍ମାର୍ଟ-୩ ଆଣ୍ଟି ସବ୍‌ମେରାଇନ ମିସାଇଲ୍‌ର ବ୍ୟବହାରିକ ପରୀକ୍ଷଣ ହୋଇଛି। ଓଡ଼ିଶା ଉପକୂଳବର୍ତ୍ତୀ ଡ.ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସକାଳ ୮ଟା ୩୫ରେ ସଫଳତାର ସହ ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା। ଡିଆରଡିଓ ପ୍ରସ୍ତୁତ ଏହି ଆଣ୍ଟି ସବ୍‌ମେରାଇନ ମିସାଇଲ୍‌ ୬୪୩ କିମି ଲକ୍ଷ୍ୟଭେଦ…

ଟି୨୦ ବିଶ୍ୱକପ: ପାୱାର ପ୍ଲେରେ ବୋଲିଂ, ଫିନିଶରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତ ତାର ଦଳ ଘୋଷଣା କରିଛି । ୨୦୦୭ ପ୍ରଥମ ସଂସ୍କରଣରେ ଭାରତ ଟି୨୦ ବିଶ୍ୱକପ ଜିତିଥିଲା । ଏହା ପରଠାରୁ ଟିମ ଇଣ୍ଡିଆ ଆଉ ଟାଇଟଲ ହାସଲ କରିପାରି ନାହିଁ । ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ପ୍ରଶଂସକମାନେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏଥର…

ନିର୍ବାଚନୀ ସଫଳତା ନେଇ ଅନ୍ଧାରି ବିଜେ କରୁଛନ୍ତି ରାଜ୍ୟ ସରକାର: ଅପରାଜିତା

ଭୁବନେଶ୍ବର: ଆଜି ପ୍ରେସ ମିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ବିଜେଡି ସୁପ୍ରିମୋ ଏବଂ ଭିକେ ପାଣ୍ଡିଆନଙ୍କ ନାଁ ନନେଇ ଖୁବ୍ ବର୍ଷିଛନ୍ତି । ପୁଣି ଥରେ ଉଠାଇଛନ୍ତି ଓଡ଼ିଆ ଅସ୍ମିତାର କଥା । ବଡ଼ ବାବୁ ଏବଂ ସାନ ବାବୁ ପ୍ରସଙ୍ଗ ଉଠାଇ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି।…

ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ୦.୬ ପ୍ରତିଶତକୁ ବୃଦ୍ଧି, ଏହି ରାଜ୍ୟର ପ୍ରଦର୍ଶନକୁ ନେଇ ଖୁସି ଅଛନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଦେଶରେ ଚାଲିଛି ନିର୍ବାଚନ ପର୍ବ। ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ରୁ ମତଦାନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟ ପାଇଁ ମତଦାନ ସରିଛି। ପ୍ରଥମ ପର୍ଯ୍ୟାୟରେ ଭୋଟିଂ ୧୦୨ଟି ଆସନ ପାଇଁ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୮୮ଟି ଆସନରେ ଭୋଟିଂ ଅନୁଷ୍ଠିତ ହୋଇଥିଲା। ଅର୍ଥାତ୍…

ଆସନ୍ତା ୬ରେ ଓଡିଶା ଆସିବେ ମୋଦୀ, ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ଦଳୀୟ ପ୍ରଚାର

ଭୁବନେଶ୍ଵର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର । କେନ୍ଦ୍ରୀୟ ନେତା ମାନେ ଥରକୁ ଥର ଓଡିଶା ଗସ୍ତରେ ଆସି କରୁଛନ୍ତି ଦଳୀୟ ପ୍ରଚାର । ଗତ ଏପ୍ରିଲ ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସିଥିବା ବେଳେ ଆସନ୍ତା ମେ’ ୬ ତାରିଖରେ…

ଅଷ୍ଟ୍ରେଲିଆରେ ବ୍ୟାନ ହେବ କି ଏଭରେଷ୍ଟ ମସଲା ?

ନୂଆଦିଲ୍ଲୀ: ଦେଶର ଘରେ ଘରେ ପରିଚିତ ମସଲା ଏମଡିଏଚ ଏବଂ ଏଭରେଷ୍ଟ ମସଲା ଏବେ ନିଜର ସୁଗନ୍ଧ ହରାଇବସିଛି । ପ୍ରଥମେ ହଂକଂ ଓ ସିଙ୍ଗାପୁର ରେ ବିବାଦରେ ଆସିଲା ପରେ ଏବେ ଅଷ୍ଟ୍ରେଲିଆ ଯାଞ୍ଚ ଆରମ୍ଭ କରିଛି  । ଏମଡିଏଚ ଏବଂ ଏଭରେଷ୍ଟ ମସଲାରେ କ୍ୟାନସର ଭଳି ଘାତକ ରୋଗର କାରକ ରହିଛି ବୋଲି…

ଦିନ ସାଢେ ୧୧ଟାରେ ଜଳିଲା ଝାରସୁଗୁଡା, ୪୦ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ଵର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଘର ବାହାରେ ମୁଣ୍ଡଫଟା ଖରା; ଭିତରେ ପ୍ରବଳ ଗରମ, ଗୁଳୁଗୁଳି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ୪୧.୩ ଡିଗ୍ରୀ ତାପମାତ୍ରାରେ ଜଳିଛି ଝାରସୁଗୁଡା । ସେହିପରି ଭୁବନେଶ୍ୱରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ…

ଆଜିଠାରୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ୩ ମାସ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ଅର୍ଥାତ ମେ’ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିବ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା…