Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ଜୋର୍‌ ଧରିଲା ବେଆଇନ୍‌ ଚିଙ୍ଗୁଡି ଘେରି ବନ୍ଦ ଦାବି, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

ଭଦ୍ରକ: ବେଆଇନ୍‌ ଚିଙ୍ଗୁଡି ଘେରି ବନ୍ଦ ଦାବିରେ ତାତିଲେ ସ୍ଥାନୀୟ ଲୋକ । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା । ଚାନ୍ଦବାଲି ବ୍ଲକର ଆରଡି, ନୂଆଗାଁ, ଯଶିପୁର ଗ୍ରାମ ପଞ୍ଚାୟତ ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ଦାବିପତ୍ର…

ବିଶ୍ଵ ମହିଳା ଦିବସରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ନିର୍ମିତ ସାମଗ୍ରୀ ପ୍ରଦର୍ଶନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଛି । ଭଦ୍ରକ ସହରର ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ମହିଳା ଶୋଭାଯାତ୍ରାକୁ ଭଦ୍ରକ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ମହିଳା ସଂଗଠନର…

ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର

ଭଦ୍ରକ: ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ୨ଟି ପିକଅପକୁ ଜବତ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ୨ଟି ପିକଅପ ଗାଡ଼ିରେ ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ସମୟରେ ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଆଡୁ ଭଦ୍ରକକୁ…

ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ

ଭଦ୍ରକ: ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଛି । ବାର୍ଷିକ ସମାରୋହ ସହରର ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ ଵିଦ୍ୟୁତ ରଂଞ୍ଜନ ଷଡଙ୍ଗୀ ଓ ଜଷ୍ଟିସ ସଂଜିବ ପାଣିଗ୍ରାହୀ ଯୋଗ ଦେଇଥିଲେ ।…

କୋଇଲା ମାଫିଆଙ୍କ ଆକ୍ରମଣରେ ଦୁଇ ଆରପିଏଫ୍ କର୍ମଚାରୀ ଲହୁଲୁହାଣ

ଭଦ୍ରକ: କୋଇଲା ଚୋରି ରୋକିବାକୁ ଯାଇଥିବା ଆରପିଏଫ୍ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ । କୋଇଲା ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ଜଣ ଆରପିଏଫ୍ କର୍ମଚାରୀ । ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ ନାଲଗୁଣ୍ଡା ପାଳଶପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି । କୋଇଲା ମାଫିଆଙ୍କ ଆକ୍ରମଣରେ…

ପୁଣି ଗୋ-ଚାଲାଣ: ପିକଅପ୍ ଭ୍ୟାନରୁ ୨୦ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଭଦ୍ରକ: ଯେତେ କାର୍ଯ୍ୟାନୁଷ୍ଠାନ ହେଲେ ବି ଥମୁନି ବେଆଇନ୍ ଗୋରୁ ଚାଲାଣ । ପୁଣି ଭଦ୍ରକ ଜିଲ୍ଲାରୁ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ । ଚରମ୍ପା ନିକଟରୁ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି ପୋୱିସ । ଭଦ୍ରକରୁ କୋଲକାତା ଚାଲାଣ ବେଳେ ଧରାପଡ଼ିଲା ଗାଡ଼ି । ସେଥିରୁ ୨୦ ଗୋରୁଙ୍କୁ…

ଭଡ଼ା ଘରେ ସେକ୍ସ ରାକେଟ୍: ୪ ମହିଳା ଉଦ୍ଧାର, ୨ ପୁରୁଷ ଅଟକ

ଭଦ୍ରକ: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍ । ଅଚାନକ ଚଢ଼ାଉ କଲା ପୋଲିସ । ସେଠାରୁ ଉଦ୍ଧାର ହୋଇଛନ୍ତି ୪ଜଣ ମହିଳା । ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ସହରର ଡଗମୁଣ୍ଡ ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ଏଭଳି ଦେହ ବ୍ୟବସାୟ ଚାଲିଥିଲା । ବିଶେଷସୂତ୍ରରୁ ଖବର ପାଇଁ ରେଡ୍ କରିଥିଲା…

ଧାନ ଢ଼ାଳି ରାସ୍ତା ଅବରୋଧ କଲେ ଚାଷୀ

ଭଦ୍ରକ: ଧାନ କିଣାରେ ଅନିୟମିତତା ଅଭିଯୋଗରେ ତାତିଲେ ଚାଷୀ । ରାସ୍ତାରେ ଧାନ ଢ଼ାଳି ପ୍ରତିବାଦ କରିଛନ୍ତି । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଗଣିଜାଙ୍ଗ ନିକଟରେ ରାସ୍ତା ଉପରେ ଧାନ ଢାଳି ରାସ୍ତା ଅବରୋଧ କରିଲେ ଚାଷୀ । ଗଣିଜାଙ୍ଗ ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କିଣାରେ ଅନିୟମିତତାକୁ…

ଭଦ୍ରକ ଏସପି ଅଫିସ ଆଗରେ ମା’ ପୁଅଙ୍କ ଆତ୍ମାହୂତି ଉଦ୍ୟମ

ଭଦ୍ରକ : ଭଦ୍ରକ ଏସପି ଅଫିସ ଆଗରେ ମା’ ପୁଅଙ୍କ ଆତ୍ମାହୂତି ଉଦ୍ୟମ । ନ୍ୟାୟ ପାଇଁ ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଲଦା ଗ୍ରାମର ଜ୍ୟୋସ୍ନାରାଣୀ ପାତ୍ର ଓ ପୁଅ ପଞ୍ଚାନନ ପାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏକ ଜମି ଜମା ମାମଲାରେ କୋର୍ଟରୁ ଡିଗ୍ରୀ ପାଇଥିଲେ ଜ୍ୟୋସ୍ନାରାଣୀ । କିନ୍ତୁ…

ତ୍ରିରଙ୍ଗାକୁ ଅପମାନ ହୋଇଥିବା ଅଭିଯୋଗ କରି ପ୍ରତିବାଦ, ଉପବାସ ପାଳିଲା ବିଜେପି ଯୁବ ମୋର୍ଚ୍ଚା

ଭଦ୍ରକ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ତ୍ରିରଙ୍ଗାକୁ ଅପମାନ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଜାତୀୟ ପତାକାକୁ ଅପମାନ ଘଟଣାରେ ଶନିବାର ରାଷ୍ଟ୍ର ପାଇଁ ଉପବାସ ପାଳୁଛି ବିଜେପି ଯୁବ ମୋର୍ଚ୍ଚା । ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଏହି ଉପବାସ ପାଳନ…