Latest Odisha News

BREAKING NEWS

Browsing Category

ଆଲେଖ

କବିତାର ଏକ ଶବ୍ଦ ବନାମ ଅନେକ ଅର୍ଥ ଓ ଅର୍ଥାନ୍ତର

କବିତାର ଏକ ଶବ୍ଦ ବନାମ ଅନେକ ଅର୍ଥ ଓ ଅର୍ଥାନ୍ତର କେଦାର ମିଶ୍ର ଯାହା ସହଜରେ ବୁଝି ହୋଇଯାଏ ତାହା ସବୁବେଳେ କବିତା ହୁଏ ନାହିଁ । କବିତା ବେଳେବେଳେ ସନ୍ଧ୍ୟାର ରାଗ ପରି । ଅନେକାଂଶରେ ଝାପ୍ସା ଝାପ୍ସା । ଟିକିଏ ଛାଇ ଓ ଆଲୁଅର ମିଶାମିଶି ଅନୁଭବ । ସେଠି ଯାହା ଦିଶେ, ତାହା ଦୃଶ୍ୟ ନୁହେଁ ।…

ସତରେ କଣ କବିତା କେବେହେଲେ ଲେଖା ସରିଛି?

ସତରେ କଣ କବିତା କେବେହେଲେ ଲେଖା ସରିଛି? ପ୍ରହଲ୍ଲାଦ ଶତପଥୀ “ଧୀର ପାଦ, ମନ୍ଥର ଗତି, ଛମଛମ ପାଉଁଜି ଆସ୍ତେ ଆସ୍ତେ ମୋକ୍ଷମୟୀ ଆଗକୁ ଆଗକୁ ମାଡି ଆସୁଥାଏ । କେଉଁ ଏକ ଋଷି ପ୍ରତିମ ତେଜସ୍ୱୀ କବିର ଧ୍ୱନି ଶବ୍ଦବ୍ରହ୍ମ କ୍ଷେପି ଯାଉଥାଏ ଚଉଦିଗ । ଏମିତି ଏକ ବ୍ରାହ୍ମ ମୁହୂର୍ତ୍ତରେ…

ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ

ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ କେଦାର ମିଶ୍ର ତାଙ୍କ ଦେହର ରଙ୍ଗ ଠିକ ମାଟି ପରି। ତେଣୁ ତାଙ୍କ କବିତାରେ ମାଟିର ମହକ ଅଛି। ବୟସ ଗଡି ଗଲାଣି, ହେଲେ ଶରୀର ସବଳ ଅଛି। ସାମ୍ନାରୁ ଦାନ୍ତଟିଏ ପଡିଗଲାଣି ଓ ସେଇ ଖାଲି ଜାଗାଟି ତାଙ୍କ ମୁହଁକୁ ବେଶୀ ନିରୀହ କରିଦେଉଛି।…

ନାଁରେ କଣ ଅଛି?

ନାଁରେ କଣ ଅଛି? ଜ୍ୟୋତି ପ୍ରକାଶ ମହାପାତ୍ର ନାମ ବଦଳା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ଷ୍ଟେସନଠାରୁ ଆରମ୍ଭ କରି ସହରର ନାଁ ଗୁଡ଼ିକ ଯୋଗୀ ବଦଳାଇ ଦେଇଛନ୍ତି । ଏପରିକି ମୁଗଲସରାଇ ଭାବେ ପ୍ରସିଦ୍ଧ ରେଳ ଜଙ୍କସନର ନାଁ ଆଦି ସବୁ ସେ…

ସେତେବେଳେ କେଉଁଠି ଥିଲ?

ସେତେବେଳେ କେଉଁଠି ଥିଲ? ପରଂବ୍ରହ୍ମ ତ୍ରିପାଠୀ ସହପାଠୀ ରାଜୀବକୁ କ୍ୟାନସର। ପାଖାପାଖି ତିନି ବର୍ଷ ହେଲା ଚାକିରି ନାହିଁ, ମାନସିକ ଦୁଶ୍ଚିନ୍ତା ସାଙ୍ଗକୁ ଆର୍ଥିକ ଦୁଃସ୍ଥିତିର ଚରମ ସୋପାନରେ ରାଜୀବର ପରିବାର। ତାଙ୍କ ଘର ପାଖର ଜଣେ ଚିହ୍ନା ପରିଚିତଙ୍କଠାରୁ ରାଜୀବ ବିଷୟରେ କିଛି ଦିନ ତଳେ…

କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ

କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ  କେଦାର ମିଶ୍ର  ଇତିହାସ ବିଷୟରେ ଲେଖିବାର ଗୋଟେ ଅଲଗା ମଜା ଅଛି। ଇତିହାସର ଗତିପଥ ବଡ ଜଟିଳ। ଅନେକ ସମୟରେ ଲାଗେ ରାସ୍ତା ସରିଯାଇଛି, ହେଲେ ସେହିଠୁ ହିଁ ନୂଆ ଏକ ରାସ୍ତା ଆରମ୍ଭ ହୁଏ। ଗତ ଶୁକ୍ରବାର ଯେତେବେଳେ ମୁଁ…

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା କେଦାର ମିଶ୍ର ରାଧାନାଥ ରାୟ ଆଧୁନିକ ଓଡିଆ କବିତାର ଯୁଗ ପ୍ରବର୍ତ୍ତକ, ଏ କଥାରେ କୌଣସି ସନ୍ଦେହ ନାହିଁ। ଓଡିଆ କବିତାର ଭାବ ଓ ଗଢଣରେ ଅନେକ ମୌଳିକ ପରିବର୍ତ୍ତନ ଆଣିବାର ଶ୍ରେୟ ରାଧାନାଥଙ୍କର। ତେବେ କବିତାର ଶୈଳୀ ଓ…

ଆମ ଦେହ କେତେ ଗରମ ସହିପାରିବ!

ଓଡିଶାର ଅନେକ ଅଂଚଳରେ ଖରାଦିନେ ତାପମାତ୍ରା ୪୫ଡିଗ୍ରୀ ସେଲସିୟସ ଛୁଏଁ । ଫାରେନାଇଟରେ ମାପିଲେ ଏହା ଆମ ଦେହର ସାଧାରଣ ତାପମାନ (୯୮.୪ଡିଗ୍ରୀ ଫାରେନାଇଟ୍)ଠୁ ବେଶ ଅଧିକ (୧୧୩ ଡିଗ୍ରୀ ଫାରେନାଇଟ୍) । ରାଜସ୍ଥାନର କିଛି ସ୍ଥାନରେ ତ ପାରଦ ୫୦ଡିଗ୍ରୀ ସେଲସିୟସ ଛୁଇଁଯାଏ । ଏତେ ତାପମାନ ଆମ ଶରୀର…

ଏ ସବୁ ଅପ୍ରାସଙ୍ଗିକ କି ଏବେ?

 ପଲିଟିକସ ଫଲିଟିକସ  ଏ ସବୁ ଅପ୍ରାସଙ୍ଗିକ କି ଏବେ? ଜ୍ୟୋତିପ୍ରକାଶ ମହାପାତ୍ର ଏଇ ସୋମବାର ଦିନ ପୁଣି ସେଇ ପ୍ରଶ୍ନ ଉଠିଥିଲା- ଲୋକସଭାରେ । ଯେଉଁଠି ବିଜେଡ଼ି ସାଂସଦ ମୋହନ ମାଝୀ ପଚାରି ଥିଲେ- ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟ ପାହ୍ୟା ଦାବି କଥା କଣ ହେଲା? ଏହାର ଉତ୍ତର ରଖିଥିଲେ-…

ଘଂଟାଏ ଆଗରୁ ଯଦି ଚନ୍ଦ୍ରଯାନ ମିଶନ ବନ୍ଦ ହୋଇନଥାନ୍ତା…

ଘଂଟାଏ ଆଗରୁ ଯଦି ଚନ୍ଦ୍ରଯାନ ମିଶନ ବନ୍ଦ ହୋଇନଥାନ୍ତା... ସଂପଦ ମହାପାତ୍ର ସାରା ଦେଶ ଚାହିଁ ବସିଥିଲା । ୧୫ତାରିଖ ବଡି ଭୋର ୨.୫୧ମିନିଟରେ ମହାକାଶକୁ ଯାଇଥାନ୍ତା ଚନ୍ଦ୍ରଯାନ-୨ । ହେଲେ ରାତି ୧.୫୫ମିନିଟ ଅର୍ଥାତ ପ୍ରକ୍ଷେପଣର ୫୬ମିନିଟ ଆଗରୁ ଦେଶର ବହୁ ପ୍ରତୀକ୍ଷିତ ମିଶନ ସ୍ଥଗିତ କରିବା…