Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲିଙ୍ଗରାଜ ମନ୍ଦିରରେ ଆଜି ପାଳନ ହେଉଛି ନବବର୍ଷ

ଭୁବନେଶ୍ବର: ପବିତ୍ର କନ୍ୟା ସଂକ୍ରାନ୍ତି ଅବସରରେ ମଙ୍ଗଳବାରଠାରୁ ପ୍ରଭୁ ଲିଙ୍ଗରାଜଙ୍କର ନବବର୍ଷ ଆରମ୍ଭ ହୋଇଛି । ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ ଓ ଅବକାଶ ପରେ ପ୍ରଭୁ ଲିଙ୍ଗରାଜଙ୍କୁ ନବବସ୍ତ୍ର ପରିଧାନ କରାଯାଇଥିଲା। ଏହି ଅବସରରେ ଆଜି ମହାଦେବଙ୍କୁ ରୁପା ଥାଳିରେ ପ୍ରସାଦ ଅର୍ପଣ…

ରାଶି ଅନୁସାରେ କରନ୍ତୁ ବିଶ୍ୱକର୍ମାଙ୍କ ଆରଧନା, ମିଳିବ ଶୁଭଫଳ

ପ୍ରତିବର୍ଷ କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମା ପୂଜା ପାଳନ କରାଯାଇଥାଏ । ଏହି ଦିନକୁ ମଧ୍ୟ ବିଶ୍ୱକର୍ମା ଜୟନ୍ତୀ କୁହାଯାଇଥାଏ । ସୃଷ୍ଟିର ରଚୟତା ବ୍ରହ୍ମାଙ୍କ ସପ୍ତମ ଧର୍ମପୁତ୍ର ରୂପେ ଆଜି ଦିନରେ ତାଙ୍କର ଜନ୍ମ ହୋଇଥିଲା । ନିର୍ମାଣ ଓ ସୃଜନର ଦେବତା ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ…

‘ବିଶ୍ୱକର୍ମା ପୂଜା’ ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଆଜି ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ନିର୍ମାଣ ଓ ସୃଜନର ଦେବତା ବିଶ୍ୱକର୍ମାଙ୍କ ପୂଜା ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳକାରଖାନାରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ବନ୍ଦର ନଗରୀ ପାରାଦୀପ ସମେତ ରାଉରକେଲା ଓ…

ଏମିତି ଏକ ସ୍ଥାନ, ଯେଉଁଠି ଗୋରା ପିଲା ଜନ୍ମ ହେଲେ ମିଳେ ମୃତ୍ୟୁଦଣ୍ଡ !

ଭୁବନେଶ୍ୱର: ଶିଶୁଟିଏ ମାଆ ଗର୍ଭରେ ଥିବାବେଳେ, ପିଲାଟି କିପରି ଗୋର ଆଉ ସୁନ୍ଦର ହେବ, ସେଥିପାଇଁ ମାଆକୁ ଫଳ ଓ କେଶର ଭଳି ଖାଦ୍ୟ ଦିଆଯାଇଥାଏ । ପ୍ରାୟତଃ ନବଜାତ ଶିଶୁଟିର ବର୍ଣ୍ଣ ଗୋରା ହୋଇଥିଲେ ପରିବାର ଲୋକଙ୍କ ଖୁସି କହିଲେ ନସରେ । କିନ୍ତୁ କଣ ଆପଣ ଭାବି ପାରୁଛନ୍ତି ଯେ, ଶିଶୁଟିର…

ଆସୁଛନ୍ତି ମାଆ ! କେବେ ଓ କେଉଁ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ, ଜାଣନ୍ତୁ

ଭୁବନେଶ୍ୱର: ଅଗ୍ରପୂଜ୍ୟ ଗଣପତିଙ୍କ ପୂଜାଠାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ସିଦ୍ଧି ବିନାୟକଙ୍କ ପୂଜା ପରେ ଏବେ ପାଳି ମାଆ ଦଶଭୁଜା ଦୁର୍ଗାଙ୍କର । ଶରତ ଋତୁର କୋହଲା ପବନ, ଆଉ ସେହି ପବନରେ ନାଚି ଉଠୁଥିବା କାଶତଣ୍ଡି ଫୁଲକୁ ଦେଖିଲେ ଲାଗୁଛି ମାଆଙ୍କ ଆସିବାର ବେଳ ଆସିଗଲାଣି । ମାଆଙ୍କ…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର: ଗାୟକ ପର୍ଶୁରାମ ପଣ୍ଡା

ଭୁବନେଶ୍ୱର:ଜଣେ ଉଚ୍ଚ ଶିକ୍ଷିତ, ସଂସ୍କୃତ ବିଦ୍ୱାନ ପାଲା ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ଗାୟକ ସୂର‌୍ୟ୍ୟ ପର୍ଶୁରାମ ପଣ୍ଡା । କେନ୍ଦ୍ରାପଡା ଜିଲ୍ଲା ସାନମାଣତିଆ ଗ୍ରାମରେ ୧୯୫୪ ମସିହା ମାର୍ଚ୍ଚ ୩ ତାରିଖରେ ଏକ କୁଳୀଣ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପର୍ଶୁରାମ । ବାପା…

ମୋବାଇଲରେ ଥିବା ‘ଫ୍ଲାଇଟ୍‌ ମୋଡ ଅପସନ’ର ପ୍ରକୃତ ବ୍ୟବହାର ଜାଣନ୍ତି କି!

ଭୁବନେଶ୍ୱର: ଆଜିର ସମୟରେ ସବୁକିଛି ଯେପରି ହାତ ପାହାନ୍ତାରେ ହେଇଯାଉଛି। ସ୍ମାର୍ଟଫୋନ୍ ଜରିଆରେ ଆମେ ସବୁକାମ ଅତି ସହଜରେ କରିପାରୁଛୁ। ପ୍ରାୟତଃ ପିଲାରୁ ବୁଢା ସବୁ ଏହି ମୋବାଇଲ ଫୋନର ବ୍ୟବହାର କରୁଥିବା ଦେଖା ଦଉଛି । ତେବେ ଆମେ ବ୍ୟବହାର କରୁଥିବା ମୋବାଇଲରରେ ଥିବା ସମସ୍ତ ଅପସନ ବିଷୟରେ…

ଏଥର ୩ ନୂଆ ଚାନ୍ଦି ମେଢରେ ଚମକିବ କଟକ ଦୁର୍ଗାପୂଜା

କଟକ: ଚଳିତ ବର୍ଷ କଟକ ଦୁର୍ଗାପୂଜାରେ ଚମକିବ ଆଉ ୩ଟି ନୂଆ ଚାନ୍ଦି ମେଢ । ଯାହାଫଳରେ ସିଲଭର୍ ସିଟିରେ ଏହି ଦୁର୍ଗାପୂଜାରେ ପ୍ରାୟ ୨୭ଟି ପେଣ୍ଡାଲ୍ ଗଢିଉଠିବ । ଛତ୍ର ବଜାର, ଗଙ୍ଗା ମନ୍ଦିର ଓ ବିଡାନାସୀ ପୂଜା କମିଟି ଦ୍ୱାରା ୩ ନୂଆ ଚାନ୍ଦି ମେଢର ଆୟୋଜନ କରାଯିବ । ଏହି ମେଢ ନିର୍ମାଣ…

ତପ୍ତପାଣି: ଯାହାର ତତଲା ପାଣିରେ ବୁଡ଼ ପକାଇଲେ ନିଃସନ୍ତାନ ମହିଳାଙ୍କର ମଧ୍ୟ ପୁରିଯାଏ କୋଳ!

ବ୍ରହ୍ମପୁର: ଆମ ରାଜ୍ୟ ଓଡ଼ିଶାରେ ରହିଛି ଏକରୁ ବଳିକି ଏକ ପର୍ଯ୍ୟଟନ ସ୍ଥାନ ଓ ଏହା ପଛରେ ରହିଛି ଅନେକ ପୌରାଣିକ ଲୋକକଥା । ସେହିଭଳି ଏକ ସ୍ଥାନ ହେଇଛି ବ୍ରହ୍ମପୁର ଅଞ୍ଚଳର ତପ୍ତପାଣି । ଓଡ଼ିଶା ପର୍ଯ୍ୟଟନରେ ତପ୍ତପାଣିର ରହିଛି ଏକ ସ୍ବତନ୍ତ୍ର ସ୍ଥାନ । ଗଂଜାମ-ଗଜପତି ଜିଲ୍ଲା ସୀମାନ୍ତରେ…

‘ଶ୍ରୀହନୁମାନ ପ୍ରାଣରକ୍ଷା ମନ୍ତ୍ର’ ଜପ କରନ୍ତୁ, ଅଦ୍ଭୁତ ଉପକାର ପାଆନ୍ତୁ…

ଭୁବନେଶ୍ୱର: ସର୍ବ ଶକ୍ତିମାନ ଶ୍ରୀହନୁମାନଙ୍କ ଶକ୍ତି ସମ୍ପର୍କରେ ଆପଣମାନେ ଭଲଭାବେ ଜାଣନ୍ତି । ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନିମନ୍ତେ ଶ୍ରୀହନୁମାନ ହିଁ ଦୁଃସାଧ୍ୟ ସାଧନ କରିଛନ୍ତି । ଯେଉଁ ସ୍ଥାନକୁ ଯିବା ଅସମ୍ଭବ ସେହି ସ୍ଥାନକୁ ଯାଇ ଶ୍ରୀହନୁମାନ ଯାଇ ପ୍ରାଣ ରକ୍ଷା କରିଛନ୍ତି ।…