Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୧୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୧୪ ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୯ ହଜାର ୯୩୧ ନୂଆ ପଜିଟିଭ୍ । ଏହାକୁ ମିଶାଇ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ ପହଞ୍ଚିଛି । ୨୪ ଘଣ୍ଟାରେ ୭୦୮ ମୃତ୍ୟୁ ଗତ ୨୪ ଘଣ୍ଟାରେ ଆଉ ୭୦୮ କରୋନା…

ତିନିଟି କୋଭିଡ୍ ଟେଷ୍ଟିଂ ସେଣ୍ଟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶର ତିନିଟି ସହର ନୋଏଡା, ମୁମ୍ବାଇ ଓ କୋଲକାତାରେ କୋଭିଡ୍ ଟେଷ୍ଟିଂ ସେଣ୍ଟରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେଡିକାଲ୍ ସାଇନ୍ସ ଭାଷାରେ ଏହି ଟେଷ୍ଟିଂ କେନ୍ଦ୍ରକୁ ହାଇ-ଥ୍ରୋପୁଟ କୋଭିଡ-୧୯ ପରୀକ୍ଷା କୁହାଯାଉଛି । ଅପରାହ୍‌ଣ ୪ଟା ୩୦ରେ ଏହାର…

ଆଜି ପିଏମ୍-ସିଏମ୍ ଆଲୋଚନା

ନୂଆଦିଲ୍ଲୀ: ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ । ଆସନ୍ତା ୩୧ ତାରିଖରେ ସରୁଛି ଅନକଲ୍ ୨.୦ । ତାପୂର୍ବରୁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକରେ କୋଭିଡ୍…

ପୋଲିସ ହାବୁଡରେ କରୋନା ବାବା !

ହାଇଦ୍ରାବାଦ: କରୋନା ଭାଇରସ୍‌ର ଚିକିତ୍ସା କରିବା ନେଇ ପ୍ରଚାର ଜଣେ ଭଣ୍ଡବାବାକୁ ମହଙ୍ଗା ପଡିଛି । ଲୋକଙ୍କୁ ଠକିବା ଅଭିଯୋଗରେ ଜଣେ ଭଣ୍ଡବାବା ଓ ତାଙ୍କ ସହଯୋଗୀ ହାଇଦ୍ରାବାଦରେ ଗିରଫ ହୋଇଛନ୍ତି । କରୋନା ବାବା ଭାବେ ପରିଚିତ ମହମ୍ମଦ ଇସ୍ମାଇଲ ଓ ତାଙ୍କ ସହଯୋଗୀଙ୍କୁ ଶନିବାର ସାଇଦ୍ରାବାଦ…

ରାଜସ୍ଥାନ ରାଜ୍ୟପାଳଙ୍କୁ ଅଧିବେଶନ ପାଇଁ ଗେହଲଟଙ୍କ ସାନି ପ୍ରସ୍ତାବ

ଜୟପୁର: ଜାରି ରହିଛି ରାଜସ୍ଥାନୀ ରାଜନୀତି ସଙ୍କଟ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାନି ପ୍ରସ୍ତାବ ପଠାଇଛନ୍ତି । ୩୧ ଜୁଲାଇରୁ ବିଧାନସଭା ଅଧିବେଶନ ଡାକିବାକୁ ସେ ଏହି ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି । କରୋନା ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା…

ରେକର୍ଡ, ଦେଶରେ ଗୋଟିଏ ଦିନରେ ସୁସ୍ଥ ହେଲେ ୩୬ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ରେକର୍ଡ କଲା ଭାରତ । ଦେଶରେ ଗୋଟିଏ ଦିନରେ ସୁସ୍ଥ ହେଲେ ସର୍ବାଧିକ ଆକ୍ରାନ୍ତ । ଗତ ୨୪ ଘଂଟାରେ ୩୬ ହଜାର ୧୪୫ଜଣ କୋଭିଡ-୧୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଦେଶରେ ସୁସ୍ଥତା ହାର ୬୩.୯୨%କୁ ବୃଦ୍ଧି ପାଇଛି । ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ୮ଲକ୍ଷ…

କରୋନା ଭାଇରସ : ଉତ୍ତରକୋରିଆରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଲା

ପ୍ୟୋଙ୍ଗୟଙ୍ଗ: ଶେଷରେ ଉତରକୋରିଆରେ କରୋନା ପଂହଚିଲା । ରିପୋର୍ଟ ମୁତାବକ ଦକ୍ଷିଣ କୋରିଆରୁ ଜଣେ ବ୍ୟକ୍ତି ଉତରକୋରିଆ ଆସିବା ପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇବା ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ…

ଟଙ୍କା ନଦେବାରୁ ଅଧା ରାସ୍ତାରେ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

କୋଲକାତା: ଟଙ୍କା ଦିଅ, ନହେଲେ ଆମ୍ବୁଲାନ୍ସରୁ ଓହ୍ଲାଅ । କରୋନା ରୋଗୀଙ୍କ ଆଗରେ ଏଭଳି ଦାଦାଗିରି ଦେଖାଇଛି ଜଣେ ଆମ୍ବୁଲାନ୍ସ ଡ୍ରାଇଭର । କେବଳ ସେତିକି ନୁହେଁ ଗୁରୁତର ରୋଗୀଙ୍କ ଠାରୁ ଅକ୍ସିଜେନ୍ ପାଇପ୍ ମଧ୍ୟ କାଢ଼ିବାକୁ ପଛଇନି । ଏଭଳି ଘଟଣା ଘଟିଛି କୋଲକାତାରେ । କୋଲାକାତାର…

କରୋନା ବିପତ୍ତି ଯାଇନି, ସତର୍କ ରହିବାକୁ ପଡିବ: ମୋଦି

ନୂଆ ଦିଲ୍ଲୀ: କରୋନା ବିପତ୍ତି ଦେଶରୁ ଅପସରିଯାଇନି । ଅନେକ ଜାଗାରେ ଏହା ଦ୍ରୁତ ଗତିରେ ମାଡି ଚାଲିଛି । ତେଣୁ ଆମକୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କରୋନା ମହାମାରୀ ନେଇ କିଛି ଏଭଳି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।…

ପିଠିରେ ଛୁରୀ ମାରିଥିଲା ପାକିସ୍ତାନ: ମୋଦି

ନୂଆ ଦିଲ୍ଲୀ: କାରଗିଲ ବିଜୟ ଦିବସରେ ଭାରତୀୟ ବୀର ଯବାନଙ୍କ ସାହସ ଓ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୧ ବର୍ଷ ପୂର୍ବେ ପାକିସ୍ତାନ ବଡ ବଡ ସ୍ୱପ୍ନ ଦେଖି ଭାରତର ଭୂମି ଅକ୍ତିଆର କରିବାକୁ ହୀନ ଉଦ୍ୟମ…