Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜଷ୍ଟିସ୍ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ, ଅକ୍ଟୋବର ୩ରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଭାରତର ରାଷ୍ଟ୍ରପତି ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି । ତେବେ ବର୍ତ୍ତମାନର ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅକ୍ଟୋବର ୨ରେ ଅବସର ଗ୍ରହଣ ନେବା ପରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଜଷ୍ଟିସ…

‘ବୀର ସୁରେନ୍ଦ୍ର ସାଏ’ଙ୍କ ନାମରେ ‘ଝାରସୁଗୁଡ଼ା ଏୟାରପୋର୍ଟ’କୁ ନାମିତ କରିବାକୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଝାରସୁଗୁଡ଼ା ଏୟାରପୋର୍ଟ’ର ନାମକରଣ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ କେନ୍ଦ୍ରକୁ ଏକ ପତ୍ର ଦ୍ୱାରା ଅନୁରୋଧ କରିଛନ୍ତି । ସେ ମଧ୍ୟ ତାଙ୍କ ପତ୍ରରେ ପଶ୍ଚିମ ଓଡ଼ିଶାର ଏହି ସହରରେ ଏକ…

ତେଲେଙ୍ଗାନା: ଖାଇକୁ ଖସିଲା ବସ, ୪୫ରୁ ଅଧିକ ଯାତ୍ରୀ ମୃତ

ତେଲେଙ୍ଗାନା : ତେଲେଙ୍ଗାନର ଜଗତ୍ୟାଲ ଜିଲ୍ଲାରେ ଏକ ତୀର୍ଥ ଯାତ୍ରୀ ବସ ଖାଇ ତଳକୁ ଖସିବା ଫଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ରାଜ୍ୟ ସଡକ ପରିବହନର ଏକ ବସ ତୀର୍ଥଯାତ୍ରୀ ମାନଙ୍କୁ ନେଇ କୋଣ୍ଡାଗାଟ୍ଟୁ ପାହାଡ ଉପରେ ଥିବା ଏକ ହନୁମାନ ମନ୍ଦିରକୁ ଯାଇଥିଲା ଏବଂ…

‘ଭାରତ ବନ୍ଦ’: ବାତିଲ ହୋଇଥିବା ଟ୍ରେନ ତାଲିକା

ଭୁବନେଶ୍ୱର: ସାରା ଦେଶରେ ଆଜି କଂଗ୍ରେସ ତଥା ଅନ୍ୟ ୧୭ଟି ରାଜନୈତିକ ଦଳ ପକ୍ଷରୁ ‘ଭାରତ ବନ୍ଦ’ ଅନ୍ଦୋଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହିତ ଯାନବାହନ, ଟ୍ରେନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦ ପାଳନ ଯୋଗୁଁ ଓଡ଼ିଶାର ବିଭିନ୍ନ ଷ୍ଟେସନରେ କେତେକ…

କଂଗ୍ରେସର ‘ଭାରତ ବନ୍ଦ’: ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଦେଶବ୍ୟାପୀ ବନ୍ଦ ଡ଼ାକରା ଦେଇଛି କଂଗ୍ରେସ ଦଳ । ଏହି ବନ୍ଦ ଡ଼ାକରାକୁ ମଧ୍ୟ ଦେଶର ୧୭ଟି ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ତେବେ ଓଡ଼ିଶାରେ ଆଜିର ଏହି ଭାରତ ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି…

ଅତ୍ୟଧିକ ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ‘ଭାରତ ବନ୍ଦ’

ଭୁବନେଶ୍ୱର: ମାତ୍ରାଧିକ ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଆଜି ଦେଶବ୍ୟାପୀ ‘ଭାରତ ବନ୍ଦ’ ଡ଼ାକରା ଦିଆଯାଇଛି । ସମଗ୍ର ଦେଶରେ ଗତ ସପ୍ତାହରେ ପେଟ୍ରୋଲ ଓ ଡ଼ିଜେଲ ଦର ସର୍ବାଧିକ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ଏହି ଅହେତୁକ ପେଟ୍ରୋଲ ଓ ଡ଼ିଜେଲ୍ ଦର ବୃଦ୍ଧିକୁ ବିରୋଧ କରି…

କଂଗ୍ରେସ ପକ୍ଷରୁ ୧୦ରେ ‘ଭାରତ ବନ୍ଦ’ ଡାକରା

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧିକୁ ନେଇ ଆସନ୍ତା ୧୦ ତାରିଖ ଦିନ ଭାରତ ବନ୍ଦ ଡାକରା ଦିଆଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତାମାନେ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧିକୁ…

ଗୁଜରାଟରେ ଉଦଘାଟିତ ହେଲା ‘ଓଡିଶା ପର୍ବ’

ସୁରଟ: ଗୁଜରାଟର ସୁରଟରେ ଉଦଘାଟିତ ହୋଇଛି ଦୁଇ ଦିନିଆ ଓଡ଼ିଶା ପର୍ବ । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓଡ଼ିଶା ପର୍ବକୁ ଉଦଘାଟିତ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା…

ପ୍ରସଙ୍ଗ ଏକାଥରେ ନିର୍ବାଚନ !

ପ୍ରସଙ୍ଗ ଏକାଥରେ ନିର୍ବାଚନ ! ନୂଆଦିଲ୍ଲୀ: ପୁଣି ଉଠିଛି ଏ ପ୍ରସଙ୍ଗ । ବାଜପେୟୀଙ୍କ ବିୟୋଗ ପରେ ଅଗଷ୍ଟ ୨୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡ଼ିଓ କାର୍ଯ୍ୟକ୍ରମ- ମନକୀ ବାତ୍ ରେ ଏକାଥରେ ନିର୍ବାଚନ ପ୍ରସଙ୍ଗ ଉଠାଇ ଥିଲେ । ମୋଦୀ କହିଥିଲେ- ଏକାଥରେ ଲୋକସଭା ଓ ରାଜ୍ୟ…

ମରଣାନ୍ତକ ‘ମୋମୋ’ ଖେଳ ଲାଗି ଓଡ଼ିଶା କ୍ରାଇମ ବ୍ରାଞ୍ଚ ର ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ହ୍ୱାଟ୍ସଆପ୍ରେ ବ୍ଲୁ ହ୍ୱେଲ୍ ଗେମ୍ କେବଳ ଓଡ଼ିଶା ନୁହେଁ ସାରା ଭାରତ ଓ ପୃଥିବୀର ଶହ ଶହ ଯୁବଗୋଷ୍ଠୀଙ୍କ ପ୍ରାଣ ନେଇଥିଲା । ସେହିପରି ଏକ ମରଣାନ୍ତକ ଖେଳ ୱାଟ୍ସଆପ୍ ସୋସିଆଲ୍ ମିଡ଼ିଆରେ ପ୍ରବେଶ କରିଛି । ଏହି ଖେଳଟି ସାଧାରଣତଃ ସ୍କୁଲ ଓ କଲେଜରେ ପାଠ ପଢୁଥିବା କୋମଳମତି…