Latest Odisha News

BREAKING NEWS

Browsing Category

ଫିଚର

ଜାଲ୍ ନୋଟ୍ କାରବାର : ଯୋଜନାବଦ୍ଧ ଭାବେ ବାନ୍ଧିଲା ଏସଟିଏଫ୍

ଢେଙ୍କାନାଳ : ଜାଲ ନୋଟ୍ କାରବାର କରିବା ଅଭିଯୋଗରେ ଏସଟିଏଫ୍ ଢେଙ୍କାନାଳରୁ ଜଣକୁ ଗିରଫ କରିଛି । ବିଶେଷ ସୂଚନା ପାଇ ଏସଟିଏଫ୍ ଓ ପୋଲିସ ପ୍ରଥମେ ଯୋଜନା କରିଥିଲେ । ଗତକାଲି ସନ୍ଧ୍ୟାରେ ଚଢାଉ କରି ରଥପଡାଠା ଗାଁରୁ ତୁଷାର କୁମାର ବିଶ୍ୱାଳ ନାମକ ଜଣେ ବ୍ୟବସାୟୀକୁ ଗିରଫ କରିଛି । ତାଙ୍କ ଘର…

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ଗୋଟିଏ ପରିବାରର ୬ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ : ଘରେ ନିଆଁ ଲାଗି ୬ ଜଣ ଜୀବନ୍ତ ଦଗ୍ଧ  । ଏଭଳି ଦୁଃଖଦ ଖବର ମନଚାଯ୍ୟାଲା ଜିଲ୍ଲାର ମାଣ୍ଡାମାରି ମଣ୍ଡଳର ଭେଙ୍କଟାପୁରରୁ ଆସିଛି  । ସୂଚନା ଅନୁଯାୟୀ, କୌଣସି କାରଣରୁ ବିଳମ୍ବିତ ରାତିରେ ଘରେ ନିଆଁ ଲାଗିଯାଇଥିଲା  । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ପରିବାର ଲୋକେ…

ଇଡି ହାତରେ ଅର୍ଚ୍ଚନାଙ୍କ ୨ ଡାଏରୀ; ଖୋଲିବ କି କଳା ସାମ୍ରାଜ୍ୟର ଗୁମର

ଭୁବନେଶ୍ୱର: ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା । ଲେଡି ବ୍ଲକମେଲର ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରିବ ଇଡି । ଏହା ପୂର୍ବରୁ ଶ୍ରଦ୍ଧାଞ୍ଜଳି ୨ ଥର ଇଡିରେ ହାଜର ହୋଇଥିଲେ ହେଁ ତାଙ୍କଠାରୁ ସବିଶେଷ…

କ୍ରିକେଟର୍ ମୁନାଫ ପଟେଲ ଗଣିଲେ ୫୨ଲକ୍ଷ ଟଙ୍କା, ୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ

ଲକ୍ଷ୍ନୌ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମୁନାଫ ପଟେଲଙ୍କୁ ତଣ୍ଡ । ଗଣିଲେ ୫୨ ଲକ୍ଷ ଟଙ୍କା । ଉତ୍ତରପ୍ରଦେଶ ରିଅଲ ଇଷ୍ଟେଟ୍ ରେଗୁଲେଟରି ଅଥରଟି ତାଙ୍କର ୨ଟି ବ୍ୟାଙ୍କ ଆକାଉଣ୍ଟ ବି ଜବତ କରିଛି । ରିକଭରି ସାର୍ଟିଫିକେଟ୍ ଆଧାରରେ ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ପୂର୍ବତନ…

୧୪ ଓକିଲଙ୍କ ଜାମିନ ଖାରଜ, ଆଉ ୧୧ ଓକିଲଙ୍କ ଲାଇସେନ୍ସ ରଦ୍ଦ

ସମ୍ୱଲପୁର: ଓକିଲ ଆନ୍ଦୋଳନ ଘଟଣାକୁ ନେଇ ଗିରଫ ୧୪ ଓକିଲଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜିଲ୍ଲା ଜଜ୍ କୋର୍ଟ ଭିତରେ ପଶି ଭଙ୍ଗାରୁଜା କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ସମ୍ୱଲପୁର ସବଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ କୁଚିଣ୍ଡାର ୧୪ ଜଣ ଓକିଲ ଜାମିନ ଆବେଦନ କରିଥିଲେ…

ସୁନ୍ଦର ତ୍ୱଚା ପାଇଁ ହଳଦୀ..

ସକାଳୁ ଉଠିଲେ ମହିଳା ମାନଙ୍କ ପ୍ରଥମ ଚିନ୍ତା ନିଜ ସୌନ୍ଦର୍ଯ୍ୟର ସୁରକ୍ଷା  । ବୟସ ତ ବଢ଼ିବ କିନ୍ତୁ ତା’ ସତ୍ତ୍ୱେ କିପରି ନିଜର ସୁନ୍ଦରତା ବଜାୟ ରଖିପାରିବେ ସେନେଇ ସଭିଏଁ ତତ୍ପର  । ଏମିତି ତ ପ୍ରତ୍ୟେକ ଶୁଭ କାମରେ ହଳଦୀର ବ୍ୟବହାର କଥା ଆମେ ସମସ୍ତେ ଜାଣୁ  । ଏତଦ୍‌ବ୍ୟତୀତ ହଳଦୀର…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଗଜପତି: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲିପ କୁମାର ସାହୁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉରେ ସାମିଲ ହୋଇଛନ୍ତି ଜଣେ ଅତିରିକ୍ତ ଏସପି, ୫ ଜଣ ଇନ୍ସପେକ୍ଟର, ୨…

ଡୁଗିନଙ୍କ ଚେତାବନୀ: ବିଶ୍ୱସମୂହ ପାଇଁ ୩ୟ ବିଶ୍ୱଯୁଦ୍ଧର ସଙ୍କେତ ନୁହେଁ ତ?

ମସ୍କୋ: ୟୁକ୍ରେନ ସହିତ ଯୁଦ୍ଧ ଜାରି ରଖିଥିବାବେଳେ ରୁଷ ପଟରୁ ଆଉ ଏକ ଚରମ ଚେତାବନୀ ସାରା ବିଶ୍ୱବାସୀଙ୍କୁ ଚକିତ କରିଛି । ‘ରୁଷ ଜିତିବ, ନୋଚେତ୍ ବିଶ୍ୱ ନାଶ ହେବ’; ଏପରି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବ୍ରେନ ବୋଲାଉଥିବା ଆଲେକଜାଣ୍ଡାର ଡୁଗିନ୍ । ୧୦ ମାସ ହେଲାଣି…

ଆଜି ଜିଏସଟି କାଉନ୍ସିଲ୍ ବୈଠକ: ଗୁଟଖା-ପାନ ମସଲା, ଅନଲାଇନ୍ ଗେମିଂ ହୋଇପାରେ ମହଙ୍ଗା

ନୂଆଦିଲ୍ଲୀ: ଗୁଟଖା, ପାନ ମସଲା ଉପରେ ବଢିପାରେ ଟ୍ୟାକ୍ସ । ଅନଲାଇନ ଗେମିଂ, କ୍ୟାସିନୋ ଓ ହର୍ସ ରେସିଂ ଉପରେ ବି ଅଧିକ ପ୍ରତିଶତ ଲାଗିପାରେ ଜିଏସଟି । କାରଣ ଆଜି ବସିବାକୁ ଯାଉଛି ଜିଏସଟି କାଉନସିଲର ୪୮ତମ ବୈଠକ । ଗୁଟଖା-ପାନ ମସଲାରେ ୩୮ % ଟିକସ ଲଗାଇବା ନେଇ ପ୍ରସ୍ତାବ ରହିଛି । ଏହା…

ପଦ୍ମପୁର  ପରାଜୟର ହେବ ତର୍ଜମା: ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ପଦ୍ମପୁର ଉପନିର୍ବାଚନ ପରେ ତାଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ । ପଦ୍ମପୁର ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହୋଇଛି । ତାହାର ତର୍ଜମା କରିବାକୁ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି । ପରାଜୟର…