Latest Odisha News

BREAKING NEWS

Browsing Category

ଓଡିଶା

Odisha

କୁମ୍ଭୀର ଗଣନା ଲାଗି ଜାନୁଆରୀ ୨ରୁ ବନ୍ଦ ରହିବ ଭିତରକନିକା

ରାଜନଗର: କୁମ୍ଭୀର ଗଣନା ପାଇଁ ଭିତରକନିକା ଅଭୟାରଣ୍ୟ ଜାନୁଆରୀ ୨ରୁ ୧୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ଗଣନା କରାଯାଉଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ଡ଼ା ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ…

ବଦଳିଲା ପାଗ, ରାଜ୍ୟରେ ଘନ କୁହୁଡ଼ି ଓ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବଦଳିଛି ପାଗ । ବଙ୍ଗୋପସାଗରରୁ ରାଜ୍ୟକୁ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନର ପ୍ରଭାବ ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ବୃଦ୍ଧି ଘଟିଛି । ଏଥିପାଇଁ ଶୀତ କମିଛି । ହେଲେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି…

ଓମିକ୍ରନ୍ ଚିନ୍ତା: ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସ୍ଥିତି, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମୁକାବିଲା ପ୍ରସ୍ତୁତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣକୁ ତ୍ୱରାନ୍ୱିତ କରିବା, ସବୁ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ…

ଓଲଟିଲା OSRTC ବସ୍, କୁହୁଡ଼ିରେ ଦେଖାଗଲାନି ରାସ୍ତା

ଜୟପୁର(କୋରାପୁଟ): କୁହୁଡ଼ିରେ ଦେଖାଗଲାନି ରାସ୍ତା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଲା OSRTC ବସ୍ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ବିଶାଖାପାଟଣାରୁ ଉମରକୋଟ ଯାଉଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ନିକଟରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି ।…

କଂଗ୍ରେସର ସଂକଳ୍ପ ସମାବେଶ

ନବରଙ୍ଗପୁର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ନବରଙ୍ଗପୁର ନୂଆ ମଣ୍ଡେଇ ପଡ଼ିଆରେ କଂଗ୍ରେସ ପକ୍ଷରୁ ଏକ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର…

ପୋଲିସ ଓ ଏସଟିଏଫ୍ ପଞ୍ଝାରେ ଦୁଇ ବ୍ରାଉନସୁଗର ବେପାରୀ

ପୁରୀ : ପୋଲିସ ପଞ୍ଝାରେ ଧଳା ଜହର ବେପାରୀ । ଏସଟିଏଫ୍ ଓ ତାଳବଣିଆ ପୋଲିସ ଦୁଇ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଜଣ ବେପାରୀ ହେଲା ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ୱର ଖଣ୍ଟପଡାର କମଳ କିଶୋର ପଣ୍ଡା । ଅଭିଯୁକ୍ତମାନଙ୍କ ଠାରୁ ୧୦୦…

କ୍ଲାସରୁମକୁ ମୋବାଇଲ୍ ନେଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ, ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଜାରି କଲେ ନୂଆ…

ସମ୍ବଲପୁର : କ୍ଲାସରୁମକୁ ମୋବାଇଲ ନେଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ । କ୍ଲାସ ସମୟରେ କୌଣସି ଶିକ୍ଷକ ବା ଶିକ୍ଷୟିତ୍ରୀ ସେମାନଙ୍କ ମୋବାଇଲ ସାଙ୍ଗରେ ନେଇ ପାରିବେ ନାହିଁ । ଏନେଇ ଏକ ନୂଆ ନିୟମ ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ । କଣ ପାଇଁ ମୋବାଇଲ ଫୋନକୁ ବାରଣ…

ବାତ୍ୟା ଜଓ୍ବାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ବର : ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା କାର୍‌, ୨ ମୃତ

ଜଳେଶ୍ବର : ବାଲେଶ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ଦ୍ରୁତଗାମୀ କାର୍‌ । ଫଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।…

ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ତନାଘନା, ୩ ଜଣଙ୍କୁ ଅଟକ ରଖିଲା ପୋଲିସ

କଟକ : ମାଞ୍ଜା ସୂତା ଲାଗି ନବ ବିବାହିତ ଯୁବକଙ୍କ ମୃତ୍ୟୁ ଘଟଣାରେ ତନାଘନା । ପୀର ବଜାରର ଗୁଡି ସୂତା ଦୋକାନୀଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ, ସ୍ପେଶାଲ ଡ୍ରାଇଭ୍ କରିଛି ପୋଲିସ । ଯେଉଁମାନେ ଗୁଡ଼ି ସୁତାରେ ମାଞ୍ଜା ପ୍ରସ୍ତୁତ କରୁଛନ୍ତି,…