Latest Odisha News

BREAKING NEWS

Browsing Category

ସାହିତ୍ୟ

ପୁସ୍ତକ ପରିଚୟ : ଖରା ଛାଇର ଖେଳ

ଖରା ଛାଇର ଖେଳ ଗାଳ୍ପିକା : ଅନସୂୟା ପଣ୍ଡା ପ୍ରକାଶକ : ପଶ୍ଚିମା ପବ୍ଲିକେଶନ ନୟାପଲ୍ଲୀ, ଭୁବନେଶ୍ୱର -୧୨ ପୃଷ୍ଠା : ୧୧୮ ମୂଲ୍ୟ : ୧୨୦ ଜୀବନ କେବେବି କଳ୍ପନା ନୁହେଁ ବରଂ ବାସ୍ତବତାରେ ସଜଡ଼ା ଯାଇଥିବା କାଚଘର । ଏହି ଉକ୍ତିର ମର୍ମରେ ତେଇଶଟି ଗଳ୍ପକୁ ନେଇ ଗାଳ୍ପିକା ଅନସୂୟା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୪ ସମୟ ଡେଣା ଝାଡି ଉଡିଯାଉଥିଲା। ବଦଳି ଯାଉଥିଲା ବର୍ଷ , ମାସ , ଦିନ,ବାର, ତିଥି, ନକ୍ଷତ୍ର।ଶାମୁକା ପେଟରେ ମୋତି ଭଳି ସାଇତାଯାଉଥିଲା ଆମ ଅମଳିନ ଶ୍ରଦ୍ଧା ସ୍ନେହ ଟିକକ। ଘଟଣା ପରେ ଘଟଣା ବାଟ ଓଗାଳୁଥିଲା।  ଜୀବନ…

କବିତା : କରୁଣାକର ହେ କରୁଣା ହେଉ

ପ୍ରେମଲତା ସାହୁ  କରୁଣାକର ହେ କରୁଣା ହେଉ ! ତୁମ୍ଭ ନାମ ଜପି ଜୀବନ ଯାଉ କରୁଣାକର ହେ କରୁଣା ହେଉ ! ।୦। ତୋତେ ଦେଖିବାକୁ ମନ ଉଚ୍ଛନ୍ନ, ନିତି ରଜନୀରେ ଦେଖେ ସପନ, ଫୁଲେଇ ହେଉ ଗେହ୍ଲେଇ ହେଉ ମୁରୁକି ମୁରୁକି ତୁ ହସୁଥାଉ କରୁଣାକର ହେ କରୁଣା ହେଉ ! ।୦୧। ଭକତିର ଦୀପ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ବର୍ଷା ବରଣ ବର୍ଷା ଖୋଜୁଥିଲି । ତୁମକୁ ନେଇ ଥରେ ଅଧେ ତିଆରି ହେଉଥିବା ଅନିଶ୍ଚିତତାର ଡହକରୁ ମୁକୁଳିଯିବାକୁ ଚାହୁଁଥିଲି । ତୁମେପଣର ଆର୍ଦ୍ରତାରେ ଜୁଡୁବୁଡ଼ୁ ହେବାକୁ ଇଚ୍ଛାଟା ସବୁଦିନିଆଁ ଏବେ । ତୁମେ କିନ୍ତୁ ମେଘ ହୋଇ ଆଖି ପାଆନ୍ତାରେ ଥାଅ ସିନା ହାତ ପାଆନ୍ତାରେ ନୁହେଁ । ଅଭିମାନରେ…

କବିତା : ମଉଳା ଗଜରା

ଭାରତୀ ସରିତା ମହାନ୍ତି  ମନ ପ୍ରଜାପତି ଉଡି ବୁଲୁଥିଲା ଡେଣା ଦୁଇ ହେଲା ଚ୍ୟୁତ ରଙ୍ଗହୀନ ଦେହ ତୁଟାଇଲା ମୋହ ଝୁରେ ବସି ସେ ଅତୀତ। ଜହ୍ନ ଆଲୁଅରେ କୁଞ୍ଜ ବନେ ନିତି ଫୁଲର ସୌନ୍ଦର୍ଯ୍ୟ ଦେଖେ ରଙ୍ଗହୀନ ସେହି ଜୀବନକୁ ନେଇ କେମିତି ବଞ୍ଚିବ ସୁଖେ? ଫଗୁଣର ରଙ୍ଗ ପଡିଗଲା ଫିକା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୩ ଫୁଲା ଫାଙ୍କିଆ ମୁଁ ତାସ୍ ଖେଳ, ପଶାଖେଳରେ ମାତି ସମୟ ବିତେଇ ଦେଉଥିଲି।ବହି ପଢିବାର ନିଶା ଥିଲା। ପହଁରିବାକୁ ଭଲ ଲାଗୁଥିଲା। କିନ୍ତୁ, ବାପାଙ୍କ କାମ ସମ୍ଭାଳିବାକୁ ଆଦୌ ଇଚ୍ଛା ହେଉନଥିଲା। ଟିକିଏ ବି ଆଗ୍ରହ ନଥିଲା।…

ଅନୁଭବ ଓ ଅଭିଜ୍ଞତାର ସମ୍ଭ୍ରାନ୍ତ କଳାତ୍ମକ ଉଚ୍ଚାରଣ ହିଁ କବିତା : ସୁରେଶ କୁମାର ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ସୁରେଶ ନାୟକ । ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଦ୍ୱ ସମୟରେ ସେ ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ…

ଅନୁବାଦ ଗଳ୍ପ : ସାଧାରଣ ଲୋକ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୭ ମୂଳ ହିନ୍ଦୀ: ଶ୍ରବଣ କୁମାର ମୁଁ ଜାଣେନା ପ୍ରକୃତରେ କେଉଁ ଘଟଣାରୁ ଏପରି ବିବାଦର ସୂତ୍ରପାତ ଘଟିଥିଲା । । କିନ୍ତୁ ମୋ ମନ ଭିତରେ ଗୋଟିଏ ପରେ ଗୋଟିଏ ଘଟଣା ଉଙ୍କି ମାରୁଥିଲା । ସେଇ ଏକା ରାସ୍ତା, ସେଇ ଏକା ଗଳି, ସେଇ ଏକା ପଡ଼ୋଶୀ,…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୨ ପାଦ ଆଉଁସୁ ଆଉଁସୁ ଅନେକ ସାହସଠୁଳକରି ଜବା ପଚାରିଦେଲା ମିଠାଗଳାରେ ଦାଦାଭାଇଙ୍କୁ ତାଙ୍କ ଅତୀତର କଥା। ଆଃ ,ବିଦ୍ୟୁତ ଆଘାତ ପାଇଲେକି ଆଉ! ରହିଗଲେ ଟିକିଏ। ପଲଙ୍କ ଉପରେ ଆଉଜି ବସିଲେ ନରମ ତକିଆ ଓ କୁସନର ମେଳରେ। ହସିଲେ…

ଅନୁବାଦ କବିତା : କଲିକତାର ଯୀଶୁ

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ  ଲାଲବତିର ନିଷେଧ ନ ଥିଲା, ତଥାପି ଝଡ ବେଗରେ ଧାବମାନ କଲିକତା ସହର ଅତର୍କିତ ଭାବେ ଅଟକିଗଲା, ଭୟଙ୍କର ଭାବେ ସମ୍ଭାଳି ନେଇ ଠିଆ ହୋଇ ରହିଲା ଟ୍ୟାକ୍ସି ଓ ପ୍ରାଇଭେଟ, ଟେମ୍ପୋ, ବାଘମାର୍କା ଡବଲ-ଡେକର । ‘ଗଲା ଗଲା’ ଆର୍ତ୍ତନାଦରେ…