କବିତା : ନାରୀ ଜୀବନର ସ୍ୱର
ପ୍ରିୟମ୍ବଦା ସାମଲ
ପ୍ରତ୍ୟୁଷର ଆଗମନ ପୂର୍ବରୁ
ରାତ୍ରିର ନିସ୍ତବ୍ଧ ପ୍ରହର ଯାଏଁ
ଝରଣା ପରି ପ୍ରବାହମାନ
କାର୍ଯ୍ୟରତ ଦାୟିତ୍ଵର ନିବିଡ଼ ବନ୍ଧନେ
ଅବସନ୍ନ କ୍ଳାନ୍ତ ଜରାଜୀର୍ଣ୍ଣ ତନୁ ମନରେ
ଏତେ ମହକ ଆସେ କିପରି
ହସୁଥାଏ ରସୁଥାଏ ମୋହୁଥାଏ
ତାର ପରିପାର୍ଶ୍ୱକୁ
ଆଖ ପାଖର ଜନମନକୁ।…