Latest Odisha News

BREAKING NEWS

ଆସନ୍ତା ୧୧ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ

ଭୁବନେଶ୍ୱର: ପ୍ରତିଶ୍ରୁତି, ପ୍ରତୀକ୍ଷାର ଅନ୍ତ ନହେଲେ ପୁଣି ଆନ୍ଦୋଳନ ତେଜିବ । ଆସନ୍ତା ୧୧ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ ଚେତାବନୀ ଦେଇଛି ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ । ରାଜ୍ୟ ସରକାର ଅକ୍ଟୋବର ୧୧ ସୁଦ୍ଧା ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ…

ଭସାଣିରେ ଭାସିଗଲେ ୫୦ରୁ ଊର୍ଦ୍ଧ୍ବ ଲୋକ, ୮ ମୃତ

କୋଲକାତା : ମା‘ଙ୍କ ଭସାଣି ସମୟରେ ବଡ଼ ଅଘଟଣ  । ପବିତ୍ର ବିଜୟାଦଶମୀ ଦିନ ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ମାଲ ନଦୀରେ ଜଗତଜନନୀ ମା’ ଦୁର୍ଗାଙ୍କ ଭସାଣ ହୋଇଥିଲା  । ନଦୀରେ ବୁଡ଼ ପକାଇବା ସମୟରେ ପ୍ରଖର ସ୍ରୋତରେ କିଛି ଲୋକ ଭାସିଯାଇଥିଲେ । ଫଳରେ ମାଲ ନଦୀରେ ୮ ଜଣଙ୍କ…

ଚାଲିଛି ଭସାଣ, ପୁଣି ଆରବର୍ଷକୁ ଆସିବେ ମାଆ

କଟକ: ଶାରଦୀୟ ଦୁର୍ଗା ପୂଜା ସରିଛି । ଏବେ ମାଆଙ୍କ ବାହୁଡ଼ା ବେଳ । ବିଜୟା ଦଶମୀରେ ରାବଣ ପୋଡ଼ି ସହ ଆନନ୍ଦନର ପର୍ବ ଶେଷ ହୋଇଛି । ଗୁରୁବାର ସକାଳୁ କଟକ ସହରରେ ଗୋଟିଏ ପରେ ଗୋଟିଏ ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ୍ ହେଉଛନ୍ତି । ମାଆଙ୍କୁ ବିଦାୟ ବେଳରେ ଇନ୍ଦ୍ର ଦେବ ବି ଆକାଶରୁ…

ଗାଡି ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ଦାନପଶି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଘଟଘଟିଆ ଗାଁର ମୋହନ ନାୟକ । ମୋହନ ନିଜ ବାଇକ ଯୋଗେ କାମାକ୍ଷାନଗର ଯାଉଥିବା ବେଳେ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ଟ୍ୱିଟ୍, ବିଜେପିର ବିରୋଧ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁଜରାଟ ଗସ୍ତ ପରେ ତାଙ୍କ ବୟାନକୁ ନେଇ କଂଗ୍ରେସ ବିବାଦ ଛିଡ଼ା କରିଛି । କଂଗ୍ରେସ ନେତା ଉଦିତ୍ ରାଜ ଟ୍ୱିଟ୍ କରି ଲେଖିଛନ୍ତି, ‘ଦ୍ରୌପଦୀ ମୁର୍ମୁଙ୍କ ଭଳି ରାଷ୍ଟ୍ରପତି କୌଣସି ଦେଶକୁ ନ ମିଳୁ । ଚାମଚାଗିରିର ମଧ୍ୟ ଏକ ସୀମା ଅଛି । କହୁଛନ୍ତି…

୨୦୨୪ ପାଇଁ ବିଜେଡିର ରଣନୀତି, ୩୦ ସାଂଗଠନିକ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ୨୫ ନେତା

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଆଖିରେ ରଖି ଗୋଟି ଚାଳନା କରୁଛି ବିଜେଡି । ଦଳ ପକ୍ଷରୁ ଆଜି ୩୦ଟି ଯାକ ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ୨୫ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।…

ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦର୍ଶନ ହୋଇଥାଏ ଅତ୍ୟନ୍ତ ଶୁଭ

ଓଡିଶା ସମ୍ବାଦ ବ୍ୟୁରୋ: ଭାରତୀୟ ଲୋଟଣୀ, ଭଦଭଦଳିଆ ଚଢ଼େଇ ବା ନୀଳକଣ୍ଠ ପକ୍ଷୀ ଓଡ଼ିଶାର ଗର୍ବ ଓ ସଙ୍କେତ ଅଟେ। ଏହାକୁ ଓଡ଼ିଶାର ରାଜ୍ୟ ପକ୍ଷୀ (State Bird of Odisha) ଭାବେ ଘୋଷଣା କରାଯାଇଛି। ନୀଳକଣ୍ଠ ପକ୍ଷୀ ଦେଖିବାକୁ ଯେତେ ସୁନ୍ଦର ସେତେ ଶୁଭ ବୋଲି କୁହାଯାଏ। ଅନେକ ଲୋକ ଜାଣନ୍ତି…

ଧାନବିଲରୁ ୨ଟି ହାତୀର ମୃତଦେହ ଠାବ

ସମ୍ବଲପୁର: ପୁଣି ହାତୀ ମୃତ୍ୟୁ । କୁଚିଣ୍ଡା ବାମରା ବନଖଣ୍ଡ ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲ ନିକଟରୁ ୨ଟି ହାତୀଙ୍କ ମୃତଦେହ ମିଳିଛି । ଗୋଟିଏ ମାଈ ଓ ଗୋଟିଏ ଦନ୍ତାହାତୀର ମୃତଦେହ ମିଳିଥିବା ବେଳେ ହାତୀ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ବନ…

ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଢାବାରେ ରୋଷେଇ କରୁଥିଲେ ସଞ୍ଜୟ ମିଶ୍ର

ମୁମ୍ବାଇ: ବିହାରର ଦରଭଙ୍ଗାଠାରେ ଜନ୍ମଗ୍ରହଣ କରିଥିବା ପ୍ରସିଦ୍ଧ ହାସ୍ୟ ଅଭିନେତା ସଞ୍ଜୟ ମିଶ୍ର ଆଜି ନିଜର ଜନ୍ମଦିନ ପାଳୁଛନ୍ତି। ସେ ନିଜ କ୍ୟାରିୟରରେ ଏକରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ତାଙ୍କ ଅଭିନୟ ଦର୍ଶଙ୍କୁ ବହୁତ ମନୋରଞ୍ଜନ କରାଏ।  ଅନେକ ଥର ଲୋକମାନେ ପରଦାରେ ତାଙ୍କୁ…

କୁର୍ନୁଲ ବନ୍ନି ଉତ୍ସବରେ ପରସ୍ପରକୁ ଲାଠିମାଡ଼; ୫୦ ଆହତ, ୨ ଗୁରୁତର

କୁର୍ନୁଲ: ଆନ୍ଧ୍ରପ୍ରଦେଶର ଦେବରଗଟ୍ଟୁ ଅଞ୍ଚଳରେ ଦଶହରା କହିଲେ ବନ୍ନି ପର୍ବକୁ ବୁଝାଏ। ଏଠାରେ ପ୍ରସିଦ୍ଧ ଶିବ ଠାକୁରଙ୍କ ପ୍ରତିମାକୁ ସାଙ୍ଗରେ ନେବାକୁ ଭକ୍ତମାନେ ପରସ୍ପରର ମୁଣ୍ଡକୁ ଲାଠିରେ ଆକ୍ରମଣ କରନ୍ତି। ତେବେ ବୁଧବାର ଏହି ବନ୍ନି ଉତ୍ସବରେ ହିଂସାତ୍ମକ ସଂଘର୍ଷ ଘଟିଥିଲା ​​ଯେଉଁଥିରେ…