ଅନୁବାଦ କବିତା : ଆସାଦର ସାର୍ଟ
ମୂଳ ରଚନା : ଶାମସୁର ରାହମାନ
ପେନ୍ଥା ପେନ୍ଥା ରକ୍ତ କରବୀ ପରି
ଅବା ସୂର୍ଯ୍ୟାସ୍ତର ଜ୍ୱଳନ୍ତ ମେଘ ଭଳି
ପବନର ନିଳିମାରେ
ଆସାଦର ସାର୍ଟ ଉଡ଼େ ଫର ଫର।
ଭଉଣୀ ତାର କେବେ ସେଇ ସଫା ସାର୍ଟରେ
ତାରା ପରି କିଛି ବୋତାମ ହୃଦୟର ସୁନେଲି ସୁତାରେ
ସିଲେଇ କରି ଲଗାଇ ଦେଇଥିଲା
ତା'ର…