Latest Odisha News

BREAKING NEWS

ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ: ରେକର୍ଡ ଭାଙ୍ଗିଲା ଆଜିର ତାପମାତ୍ରା

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ଓଡ଼ିଶା । ପ୍ରତିଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଛି ତାତି। ଆଜି ଚଳିତ ବର୍ଷର ଦିନର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି। ୪୪.୪ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୯ଟି ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ…

ବଢ଼ୁଛି କରୋନା ସଂକ୍ରମଣ, ପାଞ୍ଚ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣର ଉପର ତଳ ଭିତରେ ୫ ରାଜ୍ୟ ଉପରେ ଜୋର ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ର ସରକାର ଦିଲ୍ଲୀ, ହରିଆଣା, ମିଜୋରାମ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ସରକାରକୁ ଚିଠି ଲେଖି କୋଭିଡ ସଂକ୍ରମଣ ବୃଦ୍ଧି ଉପରେ ନଜର ରଖିବାକୁ କହିଛନ୍ତି। ନିଜ…

ଏପ୍ରିଲ ୨୧ରେ ଜାତୀୟ ଆପ୍ରେଣ୍ଟିସିପ୍ ମେଳା, ଆପଣ ମଧ୍ୟ ଭାଗ ନେଇ ହୋଇପାରିବେ ରୋଜଗାରକ୍ଷମ

ନୂଆଦିଲ୍ଲୀ: ଚଳିତମାସ (ଏପ୍ରିଲ)୨୧ ତାରିଖରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ଦିନିକିଆ ଜାତୀୟ ଆପ୍ରେଣ୍ଟିସିପ୍ (ଶିକ୍ଷାନବୀସ) ମେଳା ଆୟୋଜିତ ହେବ । ସ୍କିଲ ଇଣ୍ଡିଆ ଏହି କାର୍ଯ୍ୟକ୍ରମକୁ ଡାଇରୋକ୍ଟୋରେଟ ଜେନେରାଲ ଅଫ ଟ୍ରେନିଂ (ଡିଜିଟି) ସହଯୋଗରେ ଆୟୋଜନ କରୁଛି। ଏହି ମେଳା ଆୟୋଜନର ଲକ୍ଷ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାଳମୁକୁନ୍ଦ ରୁପ ଧରି ବଟ ପତ୍ରରେ ଶୟନ ଓ ପ୍ରଳୟ ଜଳରେ ଭାସି ଆସୁଥିବା ମାର୍କଣ୍ଡେୟ ଋଷିଙ୍କୁ ଉଦ୍ଧାର କରି ନିଜ ଉଦର ମଧ୍ୟରେ ପ୍ରବେଶ କରାଇ…

ଭାଷା ଭାଗବତ : ପ୍ରାୟୋଜିତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୧  ଅନେକ କଥା କାନେ ଶୁଣି ସେ ସବୁ ସତ୍ୟ ବୋଲି ମାନି କରିଲେ ଜୀବନ ଯାପନ ଶୁଣାଳି ଭୋଗଇ କଷଣ ଅନେକ କିଛି ଆଖି ପଢ଼େ ତଦନୁସାରେ ମତ ଗଢ଼େ ମରୀଚିକାକୁ ଭାବି ଜଳ ଶୋଷରେ ହୁଏ ସେ ବିକଳ ସୁଖ ଆନଂଦ ପ୍ରେମ ଶାଂତି ଅଳପ…

‘୩୧ ତମ ଗୋପୀନାଥ ମହାନ୍ତି ସ୍ମାରକୀ’ ବକୃତା ପ୍ରଦାନ କରିବେ ଜଁ ଡ୍ରେଜ୍

ଭୁବନେଶ୍ୱର : ସ୍ୱନାମଧନ୍ୟ ଅର୍ଥନୀତିଜ୍ଞ ତଥା ସମାଜସେବୀ ଜଁ ଡ୍ରେଜ୍ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ବୁଧବାର ସନ୍ଧ୍ୟାରେ '୩୧ ତମ ଗୋପୀନାଥ ମହାନ୍ତି ସ୍ମାରକୀ' ବକୃତା ପ୍ରଦାନ କରିବେ। ଡ୍ରେଜଙ୍କର ଏହି ବକୃତାର ସିଧା ପ୍ରସାରଣ ୟୁଟ୍ୟୁବ ମାଧ୍ୟମରେ ଆଜି ( ଅପ୍ରେଲ ୨୦) ଭାରତୀୟ ସମୟ…

କବିତା : ଗବାକ୍ଷ

ପ୍ରିୟମ୍ବଦା ସାମଲ  ପ୍ରଚଣ୍ଡ ଗ୍ରୀଷମରେ ଉତ୍ତପ୍ତ ଧରା ଧରଣୀ ରାଣୀ ଫେଡି ନେତ୍ର ଅଧିରା। ଗବାକ୍ଷ କୋଣୁ ଚାହେଁ ସୁପ୍ତ ଜଳଦ କେବେ ସେ ଭିଜାଇବ ହୋଇ ବାରିଦ। ସୁଷ୍ମ ଧୂଳିକଣା ଉଡ଼ଇ ନଭରେ ଉତ୍ତପ୍ତ ବାୟୁ ଜୀବନ ବ୍ୟସ୍ତ କରେ। ପ୍ରବଳ ଘର୍ମ ଅସ୍ତବ୍ୟସ୍ତ ଜୀବନ କାଳ ବୈଶାଖୀକୁ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୪ ତା’ଙ୍କ ଅନାଗ୍ରହ ଦେଖି ମାମୁଁ ମାଇଁ ମଧ୍ୟ ଧିରେଧିରେ ଦୂରେଇ ରହିଲେ । ବଡ ଘରେ ଭାଣିଜୀ ବିଭାଦେଇ ସେ ଚୁପ୍ ରହିଲେ । ଏବେ ସେ କୋଉ ମୁହଁ ନେଇ ସେଠାକୁ ଯିବ? କ' ଣ କହିବ? ତା'ର ମନେ ପଡୁଲା ଲିପି କଥା । ନିଜର…

ଭିଜିଲାନ୍ସ ଟିମକୁ ଦେଖି ଲାଞ୍ଚ ଟଙ୍କା ଲୁଚାଇଥିଲେ ପାଇଖାନାରେ, ଏବେ ହିସାବ ଦେଉଛନ୍ତି

ବରଗଡ଼: ହାତଗୁଞ୍ଜା ଦେଲେ ହୋଟେଲ ଖୋଲିବାକୁ ଲାଇସେନ୍ସ ମିଳିବ । ନହେଲେ ହୋଟେଲ ଖୋଲିପାରିବନି। ଏପରି କଛି କହି ନିଜ ଚାକିରିରି ବହପ ଦେଖାଉଥିଲେ ବରଗଡ଼ ଜିଲ୍ଲା ପବ୍ଲିକ୍ ହେଲଥ ଅଫିସର ବା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଚୁଲବତୀ ସାହୁ । କିନ୍ତୁ ଯେଉଁ ବ୍ୟକ୍ତିଙ୍କୁ ଏପରି ହାତଗୁଞ୍ଜା…

ବ୍ୟଙ୍ଗ : ବିକାଶର ଜୟଯାତ୍ରା

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର ବର୍ଷଯାକ ଜାକିଜୁକି ବସି ଘୁମଉଥିବା ଲୁଗା କି ଗହଣା ଦୋକାନୀ ଯେମିତି ରଜ, ସାବିତ୍ରୀ, ଦୀପାବଳି , ବାହାତିଥୀ ପୂର୍ବରୁ ଝାଡ଼ିଝୁଡ଼ି ହୋଇ ଉଠନ୍ତି ଇନକମଟ୍ୟାକ୍ସ, ସିବିଆଇ, ଇଡି ଭଳି ବିଭାଗବାଲାଙ୍କ ଚଢ଼ଉ କିମ୍ବା ନେତାମାନଙ୍କ ଦଳବଦଳ ଖବର ଜୋର…