Latest Odisha News

BREAKING NEWS

Browsing Category

ଫିଚର

ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବାଦ ପଡ଼ିଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ବିଜୟରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ଆହତ କାରଣରୁ ସିରିଜକୁ ବାଦ ପଡ଼ିଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ତାଙ୍କ ସ୍ଥାନରେ ସାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିଛି । କାନବେଲାରରେ ଗତକାଲି ଅଷ୍ଟ୍ରେଲିଆ…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବଢୁଛି । କିନ୍ତୁ ଦୈନିକ ଡେଥ୍ କେସ୍ ପୂର୍ବ ଅପେକ୍ଷା କମିଛି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୪ଟି ଜିଲ୍ଲାର ଆକ୍ରାନ୍ତ ଅଛନ୍ତି । ଭୁବନେଶ୍ୱରରୁ କରୋନା ସଂକ୍ରମିତ ଜଣେ…

ନୟାଗଡ଼ ‘ପରୀ’ ହତ୍ୟା ମାମଲା: ଅଭିଯୁକ୍ତ ବାବୁଲି ନାୟକଙ୍କୁ SITର ମାରାଥନ୍ ଜେରା

ନୟାଗଡ଼: ପରୀ ହତ୍ୟା ମାମଲାରେ ତଦନ୍ତକୁ ଜୋରଦାର କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ଘଟଣାର ବିଭିନ୍ନ ଦିଗ ଉପରେ ତନାଘନା ତଦନ୍ତ ଚଳାଇଛନ୍ତି । ଗତକାଲି ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ରେଡ୍…

୨୭ ଜିଲ୍ଲାରୁ ୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା କାୟା । ସୁସ୍ଥ ହେଲେଣି ୯୮ ପ୍ରତିଶତ ସଂକ୍ରମିତ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୦୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୩୪ ଜଣ ଥିବା ବେଳେ ଲୋକାଲ୍…

ଚାଷୀଙ୍କ ସହ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ସଂଗଠନର ପଞ୍ଚମ ପର୍ୟ୍ୟାୟ ଆଲୋଚନା ହେବ । ତାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କୃଷି…

ଦୋକାନ ପଛପାଖ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଜଗତପୁର: ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା । ଦୋକାନ ପଛପାଖ କାନ୍ଥ ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କଟକ ଜଗତପୁର ସ୍ଥିତ ଆଇବି ରୋଡରେ ଥିବା ସୁନାଗହଣା ଦୋକାନରୁ ଏହି ଲୁଟ୍ ହୋଇଛି । ଅଭିଯୋଗ ଅନୁସାରେ ଲୁଟେରା ୬୦ଭରି ସୁନା, ୩୫ କେଜି ରୁପା ଓ ନଗଦ ୬୦ ହଜାର ଟଙ୍କା…

କୃଷକଙ୍କ ଭାରତ ବନ୍ଦ ଡକରାକୁ ରାଜ୍ୟ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ କୃଷକ ସଂଗଠନ ଭାରତ ବନ୍ଦ ଡକରା ଦେଇଛି । ଏହାକୁ ସମର୍ଥନ କରିବ ଓଡ଼ିଶା କଂଗ୍ରେସ । ଏନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କଂଗ୍ରେସ ଦଳ ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଛି । ଚାଷୀମାନେ ଆମର…

ବୁର୍ଲା ଭୀମସାରରେ ଟଳିଲା ବଡଧରଣର ଅଘଟଣ

ସମ୍ୱଲପୁର: ଗଛ ଭାଙ୍ଗି ବିଦ୍ୟୁତ ତାର ଛିଣ୍ଡିଗଲା । ୧୧ କେଭି ବିଦ୍ୟୁତ ତାର ଛିଣ୍ଡିଯିବାରୁ ସର୍ଟ ସର୍କିଟରୁ ଲାଗିଲା ନିଆଁ । ଏଥିରୁ ବୁର୍ଲା ଭୀମସାର ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ ହୋଇଛି । ପୋଡ଼ି ଯାଇଛି ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର । ଏବେ ବାକି ଥିବା ୩ଟି ଫ୍ରିଜରରେ…

ଗୋଟିଏ ଦିନରେ ଦେଶରୁ ୩୬ ହଜାରରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୯୬ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୩୬ ହଜାର ୬୫୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୪୨,୫୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ…

ଶୀତ ଲହରି: ରାଜ୍ୟରେ ୧୪ ଡିଗ୍ରୀ ତଳେ ୧୪ ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଛି । ଧୀରେ ଧୀରେ ବଢୁଛି ଶୀତ । ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ୧୦ ଡିଗ୍ରୀ ସେଲସିୟସ ତଳେ ଦୁଇଟି…