Latest Odisha News

BREAKING NEWS

Browsing Category

ଫିଚର

ଜାନୁଆରୀରୁ ହୀରାକୁଦରେ ପକ୍ଷୀ ଗଣନା

ସମ୍ବଲପୁର: ୨୦୨୧ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ହୀରାକୁଦ ଡ୍ୟାମ ଅଞ୍ଚଳରେ ଆରମ୍ଭ ହେବ ବାର୍ଷିକ ଗଣନା କାର୍ଯ୍ୟ । ଏ ନେଇ ସୂଚନା ଦେଇ ହୀରାକୁଦ ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ଏଥି ପାଇଁ ୪ ଟି ଟିମ୍ ଗଠନ କରାଯିବ । ପକ୍ଷୀମାନଙ୍କ ସୁରକ୍ଷା ପାଇଁ ୩୦ ଜଣ କର୍ମଚାରୀଙ୍କୁ ଦାୟିତ୍ୱ…

କେମିତି ଅଛନ୍ତି ବଲିଉଡର ସାମ୍‌ରି ?

ମୁମ୍ବାଇ: ଦିନ ଥିଲା ବଲିଉଡରେ ଗୋଟିଏ ପରେ ଗୋଟିଏ ହରର ଫିଲ୍ମ ରିଲିଜ ହେଉଥିଲା । ଖାସ କରି ରାମ୍‌ସେ ବ୍ରଦର୍ସଙ୍କ ପ୍ରଡକ୍ସନ ହାଉସ୍ ହରର ଫିଲ୍ମ ନିର୍ମାଣ କରି ଖୁବ ଟଙ୍କା ଛାପିଥିଲା । ସେହି ହରର୍ ଫିଲ୍ମ ସେକ୍ଟରରେ ସାମରୀ ନାମକ ଏକ କିର୍ଦାର ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟିଥିଲା । ଏହି…

ଜମିବାଡି ବିବାଦକୁ କେନ୍ଦ୍ର କରି ମହିଳା ଓ ତାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ

ପୁରୀ: ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁରରେ ଅଭାବନୀୟ ଘଟଣା । ଜମିବାଡି ଓ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ପଡିଶା ଘରର ପରିବାର ସଦସ୍ୟମାନେ ବିଭିନ୍ନ ମାରଣାସ୍ତ୍ରରେ ଜଣେ ମହିଳା ଓ ତାଙ୍କ ପରିବାର ଉପରେ ମାରଣାତ୍ମକ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।…

ରାଜ୍ୟରୁ ଆଉ ୫ ଜୀବନ ନେଲା ମହାମାରୀ, ମୃତ୍ୟୁସଂଖ୍ୟା ୧, ୭୪୪

ଭୁବନେଶ୍ୱର: ଓଡ଼ିଶାରେ କରୋନା କାୟା କମୁଛି । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ନିୟନ୍ତ୍ରଣକୁ ଆସୁଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୫ ଜଣ ଆକ୍ରାନ୍ତ । ୩ଟି ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟବରଣ କରିଛନ୍ତି । ପୁରୀ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନାରେ ଆଖି…

ବଡ଼ ଖବର: ରାଜ୍ୟରେ ଚାରି ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଦୈନିକ ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟାରେ ଚାରି ଶହରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ବାହାରିଛି ୩୭୮ ପଜିଟିଭ୍ କେସ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୧୯ ଜଣ ଚିହ୍ନଟ ହୋଇଥିବା ବେଳେ…

ଖୋଲିବ IFS ଅଭୟକାନ୍ତ ପାଠକଙ୍କ ଜାଲିଆତି ପେଡି: ଭିଜିଲାନ୍ସରେ ହାଜର ହେଲେ ଡ୍ରାଇଭର ଓ କିଛି ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର: ଖୋଲିବ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଦୁର୍ନୀତି ପେଡ଼ି । କଳାଧନର ଗୁମର ଫିଟିବି । ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛି । ଆଜି ଭିଜିଲାନ୍ସରେ ହାଜର ହୋଇଛନ୍ତି ଅଭୟକାନ୍ତଙ୍କ ଡ୍ରାଇଭର । କିଛି ବ୍ୟାଙ୍କ କର୍ମଚାରୀ ବି ହାଜର ହୋଇଛନ୍ତି । ସେମାନଙ୍କୁ ପଚରାଉଚରା କରିବେ ତଦନ୍ତକାରୀ…

ଓଡ଼ିଶା-ଛତିଶଗଡ଼ ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଗୁରୁତର

ରାୟପୁର: ଓଡ଼ିଶା-ଛତିଶଗଡ଼ ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଏକ ବୋଲେରୋ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣରେ ବୋଲେରୋ ଡ୍ରାଇଭର ସମେତ ଆଉ ଜଣେ ଗୁରୁତର ହୋଇଛନ୍ତି । ବିଜାପୁର ଜିଲ୍ଲା ରାଜକୋଟ ନିକଟରେ ଏହି ବିସ୍ଫୋରଣ ହୋଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଲ୍ୟାଣ୍ଡମାଇନ୍…

ରାଜ୍ୟର ଦୁଇଟି ସ୍ଥାନରେ ଦୁଇଟି ହାତୀର ମୃତ୍ୟୁ

ଭୁବନେଶ୍ୱର: ସଂକଟର ଗଜରାଜ । ଆଜି ରାଜ୍ୟର ଦୁଇଟି ସ୍ଥାନରେ ଦୁଇଟି ହାତୀର ମୃତ୍ୟୁ ହୋଇଛି । ସମ୍ୱଲପୁର ଜିଲ୍ଲାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଆଖି ବୁଜିଛି ଗୋଟିଏ ହାତୀ ଛୁଆ । ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ବିଲ ଭିତରେ ଏକ ଦନ୍ତା ହାତୀର ମୃତଦେହ…

ଅଧା ଓଡ଼ିଶାରେ ଶୀତ ଲହରି: ସୋନପୁରରେ ୯ ଡିଗ୍ରୀ ତଳକୁ ଖସିଲା ପାରଦ, ଆହରୁ ୪-୫ଦିନ ଶୀତ

ଭୁବନେଶ୍ୱର: ଓଡ଼ିଶାର ଥରାଇଲାଣି ଜାଡ଼ । ଅଧା ଓଡ଼ିଶାରେ ଶୀତ ଲହରି ଅନୁଭୂତ ହେଲାଣି । ଆଜି ରାଜ୍ୟର ୧୫ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଓଡ଼ିଶାର କାଶ୍ମୀର…

ଜଳିଗଲା ମୋବାଇଲ୍ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଝାରସୁଗୁଡ଼ା: ରାତିରେ ମୋବାଇଲ୍ ଦୋକାନରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ଜିନିଷ ଓ ଉପକରଣ ପୋଡ଼ି ପାଉଁଶ ହୋଇଛି । ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଏହି ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ ମୋବାଇଲ ଦୋକାନରେ…