Latest Odisha News

BREAKING NEWS

Browsing Category

ସହର

City

ଭୁବନେଶ୍ୱର ଭୀମଟାଙ୍ଗି ମର୍ଡର ମିଷ୍ଟ୍ରି: ଅଭିଯୁକ୍ତର ମାଆ କଲେ ଚାଞ୍ଚଲ୍ୟକର ଖୁଲ୍ଲାସା

ଯାଜପୁର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଭଡ଼ାଘରେ ମହିଳାଙ୍କୁ ନିର୍ମମ ହତ୍ୟା ଘଟଣାରେ ମୁହଁ ଖୋଲିଲେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମାଆ । ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ଜଗନ୍ନାଥଙ୍କ ସହ ବିବାହ ପୂର୍ବରୁ ମୃତ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କର ପ୍ରେମ ସମ୍ପର୍କ ଥିଲା । ଦୁହେଁ…

କରୋନା ଯୋଗୁ ସଙ୍କଟରେ କୌଳିକ ବୃତ୍ତି

ଗୁଣପୁର : କରୋନା ଯୋଗୁ ହଜିବାକୁ ବସିଛି କୌଳିକ ବୃତ୍ତି । ଚିନ୍ତାରେ ପଡିଛନ୍ତି ଗୁଣପୁରର ବାଉଁଶ କାରିଗର । ଦିନକୁ ଦିନ ବାଉଁଶ ତିଆରି ସାମଗ୍ରୀର ଚାହିଦା କମୁଥିବା ବେଳେ ଏବେ ପୁଣି କରୋନାର ଛାଟ । ଦିନରାତି ପରିଶ୍ରମ କରି ବାଉଁଶରୁ ଭଳିକିଭଳି ଜିନିଷ ତିଆରି କରୁଛନ୍ତି କାରିଗର । ହେଲେ ଦୋକାନ…

ଚାଷୀ ମାନଙ୍କ ପାଇଁ ସଫଳ ମହୁ ଚାଷ ତାଲିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସଫଳ ମହୁ ଚାଷ ଲାଗି ଅଧିକାରୀ ଓ ତାଲିମଦାତାଙ୍କୁ ନେଇ ପ୍ରଶାସନର ବିଶେଷ କର୍ମଶାଳା ।  ମହୁଚାଷ ମାଧ୍ୟମରେ ଚାଷୀମାନଙ୍କ ରୋଜଗାର ବଢ଼ାଇବା ଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଜିଲ୍ଲାର ୮ଟି ବ୍ଲକରେ ଉନ୍ନତ ମାନର ମହୁ…

ଜୀବନ ଜୀବିକା ଉଜୁଡିଲେ ଆନ୍ଦୋଳନ

ପୁରୀ: ପୁରୀର ସିପସରୁବାଲି ମୌଜା ଅଞ୍ଚଳରେ ପୁରୀ ପାଇଁ ବିମାନ ବନ୍ଦର ହେବ । ଏନେଇ ଏକ ପ୍ରକାର ସ୍ଥାନ ଚୂଡାନ୍ତ ହୋଇ ସାରିଛି । ତେବେ ଏହି ପ୍ରକଳ୍ପ ନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବିରୋଧ ଆରମ୍ଭ କଲେଣି । କାରଣ ସିପସରୁବାଲି ମୌଜା ଅଞ୍ଚଳରେ ଥିବା ଜଙ୍ଗଲକୁ ନେଇ ଆଖ ପାଖ ଅଂଚଳର…

ଗୁଣିଗାରେଡି ନାଁରେ ଲୋମ ଟାଙ୍କୁରା ନିର୍ଯାତନା

ସିନ୍ଧିକେଲା : ଗୁଣିଗାରେଡି ନାଁରେ ଅଭାବନୀୟ କାଣ୍ଡ । ଯୁଗ ବଦଳିଯାଇଥିଲେ ବି ଲୋକଙ୍କର ମାନସିକତାରେ ଆସିନି ପରିବର୍ତ୍ତନ । ଏବେ ବି ଲୋକେ ସେହି ଅନ୍ଧବିଶ୍ୱାସର ଅନ୍ଧଗଳିରେ ଜୀଉଁଛନ୍ତି । ଏବେ ବି ଗାଁ ରେ ଚାଲିଛି କଙ୍ଗାରୁ କୋର୍ଟ । ଯେଉଁଠି ଆଇନ୍‌କୁ ହାତକୁ ନେବା ଭଳି ଦୃଶ୍ୟ ଦେଖିବାକୁ…

ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାରଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣ । ହୃଦ ଘାତରେ ତାଙ୍କର ପରଲୋକ ହୋଇଯାଇଛି । ସୋମବାର ସକାଳେ ତାଙ୍କ ବାସଭବନରେ ୮୦ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି । ସେ ଜଣେ ରିଟାୟାର୍ଡ ଇଞ୍ଜିନିୟର । ତେବେ ବହୁତ ମେଳାପୀ ଓ ଉଦାର ସ୍ୱଭାବ…

RWSS ବିଭାଗରେ ଦୁର୍ନୀତି, ଲାଞ୍ଚ ଦିଆନିଆର ଭିଡିଓ ଭାଇରାଲ

ବାରିପଦା : RWSS ବିଭାଗରେ ଦୁର୍ନୀତି । ଟଙ୍କା ଦିଆନିଆର ଭିଡିଓ ଭାଇରାଲ । ଜିଲ୍ଲାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଦୁର୍ନୀତି ପଦାରେ ପଡ଼ିଛି । ତେବେ ଅଫିସ୍ ଭିତରେ କିଭଳି ବିଡା ବିଡା ଟଙ୍କା ନେଉଛନ୍ତି କାର୍ଯ୍ୟାଳୟର କ୍ୟସିଆର୍ ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଥରେ…

ବିଶୁଦ୍ଧ ପାଣି ନାଁରେ ନକଲି ପାଣି ବଟଲ, ଚଢାଉ ସହ ସିଲ କଲା ପୋଲିସ

ମାଲକାନଗିରି :ମାଲକାନଗିରି ଜିଲ୍ଲା ଏମ.ଭି.୨ଗାଁରେ ଥିବା ପଦ୍ମାବାତୀ ଆକ୍ୱାଫ୍ରେସ୍ ପାଣି କମ୍ପାନିକୁ ଆଜି ସିଲ୍ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ଏହି ପାଣି ବିତରକ କମ୍ପାନି ରିଫ୍ରେଶ ମିନେରାଲ ୱାଟର ନାମରେ ଲୋକଙ୍କୁ ନକଲି ପାଣି ବୋତଲ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପାଣିକୁ…

ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି । ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଏହି ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର…

କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ

ଭୁବନେଶ୍ୱର: କରୋନାରେ ସଂକ୍ରମିତ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପ୍ରାଇଭେଟ୍ କ୍ୟାବିନରେ ରଖି ତାଙ୍କର ଚିକିତ୍ସା କରାଯାଉଛି । ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରାଯିବ । ବିଷ୍ଣୁ ସେଠୀଙ୍କର…