Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୧,୦୦୦ ଲିଟର ପିଡିଏସ୍ କିରୋସିନ୍ ଜବତ, ୩ ଅଟକ

କଟକ: ଜବତ ହେଲା ବିପୁଳ ପିଡିଏସ୍ କିରୋସିନ୍ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ପୁଲିସର ସହଯୋଗରେ ଚର୍ଚ୍ଚ ବଉଳ ଅଂଚଳରେ ଏସଟିଏଫ ଅତର୍କିତ ଚଢ଼ାଉ କରି ୨୧ ହଜାର ଲିଟର ପିଡିଏସ କିରାସିନି ଜବତ କରିଛି । ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ଏସ୍‌ଟିଏଫ୍ ।…

ଦିବ୍ୟାନୀ ଓ ପ୍ରଭଂଜନ ପାଇବେ ଜାତୀୟ ସେବା ଯୋଜନା ସମ୍ମାନ

ବାରିପଦା: ଚଳିତବର୍ଷ ଜାତୀୟ ସେବା ଯୋଜନା(ଏନଏସ୍‌ଏସ୍‌)ରେ ସମ୍ମାନିତ ହେବେ ବାରିପଦାର ଜଣେ ଛାତ୍ର ଓ ଜଣେ ଛାତ୍ରୀ । ସେମାନେ ହେଲେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦିବ୍ୟାନୀ ବେହେରା ଓ ସୀମାନ୍ତ ମହାବିଦ୍ୟାଳୟର ପ୍ରଭଂଜନ ମଣ୍ଡଳ । ଏହି ଦୁଇ ସ୍ୱେଚ୍ଛାସେବୀଙ୍କ ସମେତ ଦେଶର…

ଯବାନଙ୍କ ଉପରୁ ଟଳିଲା ବିପଦ, ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ଯବାନଙ୍କ ଉପରୁ ଟଳିଲା ବଡ ଧରଣର ବିପଦ । ପଣ୍ଡ ହେଲା ମାଓବାଦୀଙ୍କ ଚାଲ୍ । ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ। ମାଲକାନଗିରି ସୀମାକୁ ଲାଗି ରହିଥିବା ସୁକମା ଜିଲ୍ଲାରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ସୁକମା ଜିଲ୍ଲା କୋଂଟା ଥାନା ମୁରଲିଗୁଡା ରାସ୍ତା…

ହଜିଗଲା ମାନବିକତା: ମିଳିଲାନି ଚିକିତ୍ସା, ମେଡିକାଲ ଆଗରେ ଚାଲିଗଲା ଜୀବନ

ଢ଼େଙ୍କାନାଳ: କୋଭିଡ ରୋଗୀଙ୍କୁ ମିଳିଲାନି ଚିକିତ୍ସା । ମେଡିକାଲ ଆଗରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଏବେ ଭାଇରାଲ ହେଉଛି । ଘଟଣାଟି ଘଟିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସାମ୍ନାରେ । ଜଣେ ବ୍ୟକ୍ତି  ମୁଖ୍ୟ ଡାକ୍ତରଖାନା ସାମ୍ନାରେ ପଡିରହିଛନ୍ତି  ଓ ଅନ୍ୟ ଜଣେ ମହିଳା …

ଭାରତରେ ୬% ବୃଦ୍ଧି ପାଇଛି ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ

ଭୁବନେଶ୍ୱର: ଅର୍ଥନୀତି ଉପରେ କରୋନା ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌)ର ମହା ନିର୍ଦ୍ଦେଶକ ଓ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗର ସଚିବ ଡ. ତ୍ରିଲୋଚନ…

ରାଜ୍ୟରେ ଲାଗୁ ହେବ ଇ-ମଷ୍ଟର, ଶ୍ରମିକଙ୍କୁ ଅନ୍‌ଲାଇନ୍‌ରେ ମଜୁରୀ ଦେବେ ଠିକା ସଂସ୍ଥା

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହେବ ଇ-ମଷ୍ଟର ବ୍ୟବସ୍ଥା । ଅକ୍ଟୋବର ୨ ତଥା ଗାନ୍ଧୀଜୟନ୍ତୀରୁ ଏହା କାର୍ଯ୍ୟକାରୀ ହେବ । ଏହାଦ୍ୱାରା ସବୁ କାର୍ଯ୍ୟରେ ଶ୍ରମିକମାନଙ୍କୁ ଠିକା ସଂସ୍ଥା ଅନ୍‌ଲାଇନ୍‌ରେ ମଜୁରୀ ପ୍ରଦାନ କରିବେ । ସେମାନେ ସର୍ବନିମ୍ନ କେତେ ମଜୁରୀ ଦେଉଛନ୍ତି ସେସବୁ ଉଲ୍ଲେଖ ରହିବ ।…

ଓଡ଼ିଶାର ଦୁଇ ଆଦିମ ଜନଜାତିଙ୍କୁ ଛୁଇଁଲା କରୋନା: ରିପୋର୍ଟ ମାଗିଲା ଏନସିଏସଟି

ନୂଆଦିଲ୍ଲୀ: ଦୁଇ ଆଦିମ ଜନଜାତିର ୬ଜଣ ସଦସ୍ୟ କରୋନା ପଜିଟିଭ୍ ହେଲା ପରେ ଅନୁସୂଚିତ ଜନଜାତି ଜାତୀୟ ଆୟୋଗ (NCST) ଏକ ସତ୍ୟପାଠ ରିପୋର୍ଟ ଏବଂ ସେପ୍ଟେମ୍ବର ୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛି। ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ପିଟିଆଇ…

ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରୀ, ବିଧାୟକଙ୍କ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅକ୍ଟୋବର ୭ ଯାଏଁ ଚାଲିତ । ତେବେ ଏହାପୂର୍ବରୁ ମନ୍ତ୍ରୀ, ବିଧାୟକ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ଭିତରେ ସାମାଜିକ ଦୂରତା ନିୟମ…

ଜର୍ମାନୀ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ କରିବା ପାଇଁ ଓଡ଼ିଆ ଝିଅ ମୋନା ମୀନାକ୍ଷୀ ମଞ୍ଜରୀ ମନୋନୀତ

ଦେଓଗଡ଼: ଓଡ଼ିଆ ଝିଅ ମୋନା ମୀନାକ୍ଷୀ ମଞ୍ଜରୀ ଭକ୍ତଙ୍କୁ ଜର୍ମାନୀର ଜୋହାନ୍ସ ଗୁଟେନ୍ବର୍ଗ ବିଶ୍ୱବିଦ୍ୟାଳୟ ମନୋନୀତ କରିଛି । ନାନୋ-ଚୁମ୍ବକୀୟତା ଏବଂ ସ୍ପିନଟ୍ରୋନିକ୍ସ କ୍ଷେତ୍ରରେ ଗବେଷକ ସହଯୋଗୀ ଭାବେ ସେ କାର୍ଯ୍ୟ କରିବେ । ରବିବାର ଅପରାହ୍ନରେ ସେ ଜର୍ମାନୀ ଅଭିମୁଖେ ଯାତ୍ରା…

ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ପାଇଁ ଦାବି କଲେ ଓଡ଼ିଆ ସାଂସଦ

ଭୁବନେଶ୍ୱର: ଓଡିଶା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଙ୍ଗଳବାର ଦିଲ୍ଲୀରେ ଓଡିଶା ସାଂସ୍କୃତିକ କେନ୍ଦ୍ର ଏବଂ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଉପଯୁକ୍ତ ଜମି ଆବଣ୍ଟନ ଦାବି କରିଛନ୍ତି। ସଂସଦ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଶ୍ରୀ ପାତ୍ର କହିଛନ୍ତି ଯେ ଏହି ପ୍ରକଳ୍ପ ଜାତୀୟ ରାଜଧାନୀର…