Latest Odisha News

BREAKING NEWS

ବନ୍ୟଜୀବନ ଉପରେ ନପଡୁ କୋଇଲା ଖଣିର ପ୍ରଭାବ : ମୁଖ୍ୟଶାସନ ସଚିବ

ଭୁବନେଶ୍ୱର : ଓଡିଶାରେ ନୂତନ ଆବଣ୍ଟିତ କୋଇଲା ବ୍ଲକ ଅଞ୍ଚଳରେ  ବନ୍ୟଜୀବନ ସୁରକ୍ଷା ଓ ପରିଚାଳନା ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଅଞ୍ଚଳରେ ବନ୍ୟଜନ୍ତୁ ସଂରକ୍ଷଣ, ସୁରକ୍ଷା ଏବଂ ମୁକ୍ତ ଚଳପ୍ରଚଳ  ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ…

ବାହୁବଳୀ, ଆରଆରଆର ଫେମ ଲେଖକ ବିଜେୟେନ୍ଦ୍ର ଆରଏସଏସ ଉପରେ ଲେଖିବେ ଫିଲ୍ମ, ୱେବ ସିରିଜ

ନାଗପୁର: ବାହୁବଳୀ ଓ ଆରଆରଆର ଫେମ ଲେଖକ ତଥା ଏସଏସ ରାଜମୌଲୀଙ୍କ ବାପା ବିଜେୟେନ୍ଦ୍ର ପ୍ରସାଦ ଖୁବ ଶୀଘ୍ର ଆରଏସଏସ ଉପରେ ଫିଲ୍ମ ଏବଂ ୱେବସିରିଜ କରିବା ପାଇଁ ଘୋଷଣା କରିଛନ୍ତି । ଆରଏସଏସର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ରାମ ମାଧବଙ୍କ ପୁସ୍ତକ ଉନ୍ମୋଚନ ଅବସରରେ ଯୋଗ ଦେଇ ସେ ଏହା କହିଛନ୍ତି…

ଅନେକ ସ୍ଥାନରେ ଭାସିଗଲା ପୋଲ, ଏକାଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ

ବାଲିଗୁଡ଼ା: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଲଗାଣ ବର୍ଷାରେ ବେହାଲ୍ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳ । ଖଡଗ୍ ନଦୀ, ରାଉଳ ନଦୀ, ଦମଦେଇନାଳ ଭଳି ବିଭିନ୍ନ ଛୋଟବଡ଼ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା…

ଦିଲ୍ଲୀ ଅବକାରୀ ନୀତି କ’ଣ? କାହିଁକି ସିବିଆଇ ସ୍କାନରରେ କେଜ୍ରିଓ୍ୱାଲ ସରକାର?

ନୂଆଦିଲ୍ଲୀ: ଯେଉଁ ଦଳ ଦୁର୍ନୀତି ବିରୋଧରେ ନାରା ଦେଇ କ୍ଷମତାକୁୁ ଆସିଥିଲା ସେହି ଦଳ ଏବେ ଦୁର୍ନୀତି ଅଭିଯୋଗରେ ଫସିଛି। ପ୍ରଥମେ ଆପର ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡରିଂ ମାମଲାରେ ଜେଲ୍ ଯାଇଛନ୍ତି। ଆଉ ଏବେ ଦିଲ୍ଲୀର ଅବକାରୀ ନୀତିରେ ଅନିୟମିତତା ହୋଇଥିବା ଅଭିଯୋଗରେ…

[ଦେଖନ୍ତୁ ଭିଡିଓ] ୧୦୦ କୋଟି ହରାଇଲେ ଆମୀର୍ ଖାନ

ମୁମ୍ବାଇ: ବକ୍ସ ଅଫିସରେ ସଂଘର୍ଷ କରୁଛି ଆମୀର ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ଲାଲ୍ ସିଂହ ଚଡ୍ଡା’ । ଦୀର୍ଘ ୪ ବର୍ଷ ପରେ ଆମୀର ବଡ଼ ପରଦାକୁ ଫେରିଥିବା ବେଳେ ବଡ଼ ଧକ୍କା ଲାଗିଛି । ‘ଲାଲ୍ ସିଂହ ଚଡ୍ଡା’ ରିଲିଜ୍ ପୂର୍ବରୁ ଆରମ୍ଭ ହୋଇଥିବା ବୟକଟ୍ ଟ୍ରେଣ୍ଡ ବକ୍ସ ଅଫିସରେ ପ୍ରଭାବ ପକାଇଛି ।…

ସଂଗ୍ରାମ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ସଂଗ୍ରାମ କେଶରୀ ଜେନା ସ୍ମୃତି ସଂସଦ ପକ୍ଷରୁ ସ୍ମୃତି ସଂସଦର ସଭାପତି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଏହି ଅବସରରେ ଏକ ସର୍ବଦଳୀୟ ସ୍ମୃତିସଭା ଆୟୋଜିତ…

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଗତ ୧୦ ଦିନ ଧରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଥିବା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କର ପ୍ରଶଂସକ ଅପେକ୍ଷା କରିଛନ୍ତି। ଏବେ ତାଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ…

ରାଜସ୍ୱ ବିଭାଗରେ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ରାଜ୍ୟରେ  ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି  । ରାଜ୍ୟରେ ମୁଖ୍ୟ ରାଜସ୍ବ ଆୟ ଖଣି ଓ ଲଘୁ ଖଣି ରୁ ସର୍ବାଧିକ ଆସୁଛି।  ସେଥିପାଇଁ ଲଘୁ ଖଣିଜ ସମ୍ବଦ୍ଧୀୟ ବ୍ୟାପାରର ସୁପରିଚାଳନା ପାଇଁ…

୧୬ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ପାଣି ନିଷ୍କାସିତ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମୁଛି । ତେଣୁ ପର୍ଯ୍ୟାୟକ୍ରମେ ଗେଟ୍ ଗୁଡିକୁ ବନ୍ଦ କରାଯାଉଛି। ଯଦିଓ ଉତ୍ତର ଓଡିଶାରେ ବର୍ଷା ହେଉଛି ହେଲେ ଏହାର ପ୍ରଭାବ ମହାନଦୀ ସହିତ ନାହିଁ। ଗତକାଲି ଏହି ସୂଚନା ଦେଇଥିଲେ ଏସଆରସି ପ୍ରଦୀପ ଜେନା। ତେଣୁ ଆଜି ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି।…

ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗର ଉପକୂଳ ଓ ତତସଂଲଗ୍ନ ଉତ୍ତର ଓଡ଼ିଶାରେ ଉପରେ ଗଭୀର ଅବପାତ ସକ୍ରିୟ ରହିଛି । ଏହା ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଗଭୀର ଅବପାତ ଦକ୍ଷିଣ ଝାଡ଼ଖଣ୍ଡର ଜାମସେଦପୁର ଠାରୁ ଦକ୍ଷିଣଦକ୍ଷିଣ-ପଶ୍ଚିମରେ…