କବିତା : ମୁଁ ଜଣେ ଓଡ଼ିଆ କହୁଛି
ଆରତୀ ପଟ୍ଟଯୋଷୀ
ଶୁଣ, ମୁଁ ଜଣେ ଓଡ଼ିଆ କହୁଛି
ବାପାଙ୍କୁ ଡାକେ ମୁଁ "ଡାଡି" ବୋଲି
ଆଉ ମାଆଙ୍କୁ "ମମି" ମୁଁ ଡାକୁଛି
ମୋ ଦେହେ ଉତ୍କଳ ବହୁଛି
ମୁଁ ଜଣେ ଓଡ଼ିଆ କହୁଛି।
ଦାଦା-ଖୁଡି ମାମୁ-ମାଇଁ ଡାକୁନାହିଁ
ଅଙ୍କଲ ଆଣ୍ଟିରେ ଚଳୁଛି
ଆତ୍ମୀୟ ସ୍ୱଜନ ଭୁଲି ମୁଁ ଗଲିଣି
ମୁଖ…