Latest Odisha News

BREAKING NEWS

Yearly Archives

2022

ଘୋଡ଼ା ବେପାର ଅଭିଯୋଗ ମଧ୍ୟରେ ଏକାଧିକ ବିଧାୟକଙ୍କ ସହ ‘ଆପ୍’ କରିପାରୁନି ସମ୍ପର୍କ

ନୂଆଦିଲ୍ଲୀ: ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ଅଭିଯୋଗ ପରେ ‘ଆପ୍’ର କେତେକ ବିଧାୟକଙ୍କ ସହ ଦଳ ସମ୍ପର୍କ କରି ପାରୁନି । ଆମ୍ ଆଦମୀ ପାର୍ଟି ସୂତ୍ରରୁ ଏହି ସୂଚନା ମିଳିଛି । ଯାହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁରୁତର ସହ ନେବା ସହ ବିଧାୟକ ଦଳ ବୈଠକ ଡାକିଛନ୍ତି…

କେଉଁଝରରେ ବିଦ୍ୟୁତ ତାର ଲାଗି ଦୁଇ ହାତୀ ମୃତ

ଭୁବନେଶ୍ୱର: କେଉଁଝର ସଦର ବନାଞ୍ଚଳରେ ବିଦ୍ୟୁତ ତାର ଲାଗି ଦୁଇ ମାଇ ହାତୀଙ୍କ ମୃତ୍ୟୁ ହୋଇଛି । ସଦର ରେଞ୍ଜ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏହି ଦୁଇ ହାତୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଛତ୍ରପୁରରେ ଡିଭାଇଡରକୁ ପିଟିଲା ବାଇକ୍; ଦୁଇ ମୃତ

ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଜିଲା ଛତ୍ରପୁର ସହର ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।ଗୁରୁବାର ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ବ୍ରହ୍ମପୁର ବ୍ରହ୍ମା ନଗରର ସୁମନ ଦାସ ଓ ହିଞ୍ଜିଳି କଞ୍ଚୁଡୁର ଦଣ୍ଡ ପାଳ। ରାସ୍ତାରେ ମଝି…

ଢ଼େଙ୍କାନାଳରୁ ଆନ୍ଦୋଳନ ଆରମ୍ଭ କଲା ୬୬୨ ବର୍ଗ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲାରୁ ଆରମ୍ଭ ହେଲା ୬୬୨ ବର୍ଗର +୨ ଓ +୩ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ। ୬୬୨ ଗୋଟି ବେସରକାରୀ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କର ଅବସରକାଳୀନ ସୁବିଧା, ପେନସନ, କର୍ମଚାରୀ ମାନଙ୍କ ସ୍ଥାୟୀତ୍ୱ, ସପ୍ତମ ବେତନ ଅନୁଯାୟୀ…

୯୦ ଆସନରେ ଲଢ଼ିବ ନ୍ୟାଶନାଲ କନଫରେନ୍ସ : ଫାରୁକ ଅବଦୁଲ୍ଲା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜମ୍ମୁ-କଶ୍ମୀରରେ ନିର୍ବାଚନ ପୂର୍ବରୁ ଗୁପକର ମେଣ୍ଟ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଏହି ମେଂଟରୁ ବାହାରି ଯିବାକୁ  ଏନସିର ନେତାମାନେ ସର୍ବସମ୍ମତିକ୍ରମେ ରାଜି ହୋଇଥିବା ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି ।   ବୁଧବାର ସନ୍ଧ୍ୟାରେ ଏନସିର ଗୁରୁତ୍ୱପୂର୍ଣ୍ଣ…

ଡିସେମ୍ବରୁ ୨୭ରୁ ବରଗଡ଼ ଧନୁଯାତ୍ରା; ଦୁଇ ବର୍ଷ ପରେ ଚମକିବ ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ଼: ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା । କରୋନା ମହାମାରୀ ଅନ୍ତରାଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଥିଲା ମୁକ୍ତାକାଶ ରଙ୍ଗମଞ୍ଚ । ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା । ବୁଧବାର…

କିଡନୀ ଚିକିତ୍ସା ପାଇଁ ଜୟପୁରରୁ କଟକ ଏସ୍‌ସିବି ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଡନୀଜନିତ ସମସ୍ୟାକୁ ନେଇ ଜୟପୁରରୁ କଟକ ଏସ୍‌ସିବି ସ୍ଥାନାନ୍ତର ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ ।  ପ୍ରଥମେ କାଜୁଆଲିଟି ଓ ପରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।  କମଳା ପୂଜାରୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଛି । …

ମହାପ୍ରଭୁ ଆଜି କୃଷ୍ଣ ବଳରାମ ବେଶରେ ଦର୍ଶନ ଦେବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ମହାପ୍ରଭୁ ଶ୍ରୀମନ୍ଦିରରେ  ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ କୃଷ୍ଣ ବଳରାମ ବେଶରେ ଦର୍ଶନ ଦେବେ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଓ ବଳଭଦ୍ରଙ୍କୁ ବଳରାମ ଭାବରେ ସୁସଜ୍ଜିତ କରାଯିବ । ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ…

ଅଶୋଧିତ ତେଲ ଦର ବୃଦ୍ଧି ପରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଆଶଙ୍କା ବଢ଼ିଲା

ନୂଆଦିଲ୍ଲୀ: ଅଶୋଧିତ ତେଲ ଦର ବୃଦ୍ଧି ପଇବାରେ ଲାଗିଛି। ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଛି। ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୧ ଡଲାରରେ କାରବାର କରୁଛି। ଅଶୋଧିତ ତୈଳର ମୂଲ୍ୟ ଅଗଷ୍ଟ ୨, ୨୦୨୨ ପରଠାରୁ ସର୍ବୋଚ୍ଚ ସ୍ତରରେ…

NDTVକୁ ଆଦାନୀ ଗୃପ୍ କିଣିବା ପାଇଁ କିପରି ବାଟ ପ୍ରସ୍ତୁତ ହୋଇଥିଲା?

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଏବେ ଦେଶର ୩୪ ବର୍ଷ ପୁରୁଣା ମିଡିଆ ସଂସ୍ଥା ତଥା ଦେଶର ଅନ୍ୟତମ ପ୍ରତିଷ୍ଠିତ ହିନ୍ଦୀ ଏବଂ ଇଂରାଜୀ ଓ ବିଜେନସ ନ୍ୟୁଜ ଚ୍ୟାନେଲ ଏନଡିଟିଭି (NDTV)କୁ ଅଧିଗ୍ରହଣ କରିବାକୁ ଯାଉଛି। ଏହି ଅଧିଗ୍ରହଣ ଜରିଆରେ ଗୌତମ ଆଦାନୀ ଦେଶର ଟିଭି ମିଡିଆ ବ୍ୟବସାୟର ପ୍ରବେଶ…