Latest Odisha News

BREAKING NEWS

Browsing Category

ଫିଚର

ପୁରୁଣା ଅଡିଓକୁ ନେଇ ସୋସିଆଲ୍ ମିଡିଆରେ ବର୍ଷାଙ୍କୁ ପ୍ରଶ୍ନ କଲେ ଅନୁଭବ

ଭୁବନେଶ୍ୱର: ବର୍ଷା ତୁମେ କୁହ… ଏ ସ୍ୱର କାହାର ? ଫୋନରେ ତୁମେ ଓ ତୁମ ଭଉଣୀ ମୋ ପରିବାର ବିରୋଧରେ କଣ ଏମିତି ଗପୁଥିଲ । ୨ ବର୍ଷର ପୁରୁଣା ଅଡିଓକୁ ପୁଣି ପ୍ରସଙ୍ଗ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାରେ କୋର୍ଟରେ…

କିଶୋର ଭାଇନାଙ୍କ ହୋଟେଲ୍ ଉଚ୍ଛେଦ କଲା ବିଏମସି, ସିଲ୍ ପରେ ପୁଣି ଖୋଲି କରୁଥିଲେ ବେପାର

ଭୁବନେଶ୍ୱର: ଖାଦ୍ୟ ସହ ଖେଳନି । ଲୋକଙ୍କୁ ଖରାପ ଖାଇବା ଦିଅନି । ସ୍ୱଚ୍ଛ, ସୁସ୍ଥ ପରିବେଶରେ ରାନ୍ଧ ଓ ଲୋକଙ୍କୁ ଖାଇବାକୁ ଦିଅ । ନତେଚ୍ ଆପଣଙ୍କ ହୋଟେଲରେ ବି ରେଡ୍ କରିବ ବିଏମସି । ପ୍ରଥମେ ସିଲ୍ ପରେ ନ ମାନିଲେ ନେବ କଡ଼ା କାର୍ଯ୍ୟାନୁଷ୍ଠାନ । ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନାଙ୍କ…

ହାଇଡ୍ରା କ୍ରେନ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଝାରସୁଗୁଡ଼ା: କଲେଜ ଯାଉଥିବା ବେଳେ ହାଇଡ୍ରା କ୍ରେନ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଲିଜା ଧୁରିଆ ସାଇକେଲରେ ଯିବା ବେଳେ ଏକ ହାଇଡ୍ରା ମେସିନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଲିଜାଙ୍କ…

ସୂର୍ଯ୍ୟକିରଣ ଶୋ’ରେ ରାଜଧାନୀର ଆକାଶକୁ ରଙ୍ଗୀନ କଲା ବାୟୁ ସେନା

ଭୁବନେଶ୍ୱର: କୁଆଖାଇ ନଦୀ ପଠାରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ ହୋଇଛି । ଯେଉଁଥିରେ ଏରୋବେଟିକ୍ ଟିମ୍ ଆକାଶରେ ସାହାସିକ ପ୍ରଦର୍ଶନ କରିଛନ୍ତି । ଏକାସାଙ୍ଗରେ ୯ଟି ହକ୍ ଲଢ଼ୁଆ ବିମାନ ଆକାଶରେ ଉଡ଼ି ସମସ୍ତଙ୍କୁ ଆକର୍ଷିତ କରିଥିଲା । ସୂର୍ଯ୍ୟକିରଣ ଶୋ ଦେଖିବାକୁ କୁଆଖାଇ…

ଋଷ ରାଷ୍ଟ୍ରପତିଙ୍କ ସାମ୍ନାରେ ହେଡଫୋନ୍ ଲଗାଇପାରେଲିନି ପାକିସ୍ତାନ ପ୍ରଧାନମନ୍ତ୍ରୀ, ହସିଦେଲେ ପୁଟିନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଂଘାଇ କୋପୋର୍ସନ ଅର୍ଗାନାଇଜେନ ବା ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନର ସମରକନ୍ଦରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ…

ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲା, ୪୦ଟି ସ୍ଥାନରେ ଇଡିର ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀର ଅବକରୀ ନୀତି ଘୋଟାଲା ମାମଲାରେ ଇଡି ସକ୍ରିୟ ହୋଇଛି। ଏହି ମାମଲାରେ ହାଇଦ୍ରାବାଦ, ବାଙ୍ଗାଲୋର ଏବଂ ଚେନ୍ନାଇ ସମେତ ଦେଶର ୪୦ ଟି ସ୍ଥାନରେ ଚଢ଼ାଉ କରିଛି। କେବଳ ହାଇଦ୍ରାବାଦର ୨୫ ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି। ଏ ନେଇ ଇଡି ଆଜି ଦିଲ୍ଲୀ…

ଗୋଆରେ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହେବା ପଛରେ ମମତାଙ୍କ ନେତା !

ପାଣାଜି: ଗୋଆରେ କଂଗ୍ରେସ ଛାଡି ବିଜେପିରେ ମିଶିଛନ୍ତି ୮ ବିଧାୟକ। ଏହି ମିଶ୍ରଣ ପଛରେ ମାଷ୍ଟର ମାଇଣ୍ଡ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଆଉ ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। କାରଣ ଏହି କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହେବା…

ମାଲକାନଗିରିରେ ଓଟିଇଟି ପରୀକ୍ଷା ବାତିଲ, ଖୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ

ମାଲକାନଗିରି: ଗତ ୨୯ ତାରିଖରେ ଓଟିଇଟି ପରୀକ୍ଷା ହୋଇଥିଲା। ଏହି ସମୟରେ ମାଲକାନଗିରିର ତିନି ପରୀକ୍ଷା କେନ୍ଦ୍ରରେ କପି ହୋଇଥିଲା ଏବଂ ପ୍ରଶ୍ନପତ୍ର ବହୁପୂର୍ବରୁ ବାହାରକୁ ପଳାଇ ଆସିଥିଲା। ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମାଲକାନଗିରିରେ ଓଟିଇଟି ପରୀକ୍ଷା ବାତିଲ କରିଛନ୍ତି ଜିଲ୍ଲା ଶିକ୍ଷା…

ନକଲି ଔଷଧ ବିକ୍ରି ମାମଲା: ଗିରଫ ଅଭିଯୁକ୍ତଙ୍କ ୨୮ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଜବତ

କଟକ: ନକଲି ଔଷଧ ବିକ୍ରି ଘଟଣାର ତଦନ୍ତ ଚାଲିଛି। ପୁରୀଘାଟ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି। ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି ଅଭିଯୁକ୍ତଙ୍କର ୨୮ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ସିଲ୍ କରିଛି। ଡ୍ରଗ୍ସ କଣ୍ଟ୍ରୋଲର ବିଭାଗର…

ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର କଲା ନିରାଶ

ନୂଆଦିଲ୍ଲୀ: ୟୁକ୍ରେନରୁ ଜୀବନ ବଞ୍ଚାଇ ଭାରତକୁ ଫେରି ଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବଡ ଝଟକା। ଭାରତୀୟ ମେଡିକାଲ କଲେଜରେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳିବ ନାହିଁ ଆଡମିଶନ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଏହି ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ…