Latest Odisha News

BREAKING NEWS

ରାଜଧାନୀ ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ, ମାଗଣାରେ ବୁଷ୍ଟର ଡୋଜ ଦେବ ଆପ୍ ସରକାର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବା ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ୩୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ତେଣୁ କରୋନାର ଏକ ନୂଆ ଲହର ଆସିପାରେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଚିନ୍ତାପ୍ରକଟ କରିବା ସହ ଏ ନେଇ ସତର୍କ ରହିବାକୁ ପରାମର୍ଶ…

ନବରଙ୍ଗପୁରରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା; ପ୍ରଥମ ଦିନରେ ୨୧୮ ଚିକିତ୍ସିତ

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶୁକ୍ରବାର ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରରୁ ହେଲିକାପ୍ଟର ଯୋଗେ ୫ ଜଣ ଡାକ୍ତର ନବରଙ୍ଗପୁରରେ ପହଞ୍ଚିଥିଲେ । ୟୁରୋଲୋଜି- ଡା. ଦତ୍ତେଶ୍ୱର ହୋତା, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି – ଡା. ଚିତ୍ତ ରଞ୍ଜନ ପଣ୍ଡା,…

କେସ ପ୍ରତ୍ୟାହାରା ପାଇଁ ଟିଏମସି ନେତାଙ୍କ ଧମକ, ନିଜ ଦେହରେ ନିଆଁ ଲଗାଇଦେଲେ ପୀଡ଼ିତା

କୋଲକାତା: ପଶ୍ଚିମବଙ୍ଗରେ ବଢି ଚାଲିଛି ଟିଏମସି ନେତାଙ୍କ ଦୌରାତ୍ମ୍ୟ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଦଳର ନେତାଙ୍କ ବିରୋଧରେ ବଢି ଚାଲିଛି ହିଂସା, ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧିକ ମାମଲା । ଜଣେ ଆଦିବାସୀ ଝିଅଙ୍କୁ ଟିଏମସି ନେତାଙ୍କ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ…

ରାଜସ୍ଥାନ ଦଙ୍ଗାରେ ୧୫ ଜଣ ପୁରୁଷଙ୍କ ଜୀବନ ବଞ୍ଚାଇଲେ ଏକାକୀ ମହିଳା

ଭୁବନେଶ୍ୱର: ଜଣେ ମହିଳା ଏକାକୀ ବଞ୍ଚେଇଲେ ୧୫ ପୁରୁଷଙ୍କ ଜୀବନ । ଦଙ୍ଗାକାରୀ ଉତ୍ତେଜିତ ଭିଡ଼ ଆଗରେ ଠିଆ ହେଇଗଲେ ଏହି ମହିଳା । ରାଜସ୍ଥାନ କରୌଲିରେ ହିନ୍ଦୁ-ମୁସଲମାନ ଦଙ୍ଗାରେ ଏମିତି ସାହସୀ ଖବର ଦେଖିବାକୁ ମିଳିଛି । ଏପ୍ରିଲ ୨ରେ ସଂଗଠିତ ଦଙ୍ଗାରେ ପ୍ରାୟ ୧୫-୧୬ ଜଣ ମୁସଲମାନଙ୍କ ଜୀବନ…

ଏୟାର ଇଣ୍ଡିଆ ଭଲ ବ୍ୟବସାୟ କରୁଛି, କୋଭିଡ କାଟ୍ ଦରମା ଭରଣା ହେବ

ଭୁବନେଶ୍ୱର: ଟାଟା ଗ୍ରୁପ ଏୟାର ଇଣ୍ଡିଆର ମାଲିକାନା ନେବାର ତିନି ମାସ ଭିତରେ କର୍ମଚାରୀ ମାନଙ୍କ କାଟ୍ ଦରମା ଭରଣା କରିବାକୁ ନିଷ୍ପତ୍ତି ନେଇଛି । କୋଭିଡ ମହାମାରୀ ପରେ ଏୟାର ଇଣ୍ଡିଆ କର୍ମଚାରୀମାନଙ୍କ ଦରମା କାଟ୍ ହୋଇଥିଲା । ବିମାନ ଚଳାଚଳ ବନ୍ଦ ହେତୁ ଉଡାଣକାରୀ ସଂସ୍ଥା ଗୁଡ଼ିକର ବ୍ୟବସାୟ…

ସ୍ୱାଭିମାନ ଅଞ୍ଚଳରେ ମୁଖ୍ୟ ଶାସନ ସଚିବ, କହିଲେ ଶୀଘ୍ର ହେବ ଏୟାରପୋର୍ଟ

ଭୁବନେଶ୍ୱର: ମାଲକାନଗିରିରେ ଖୁବ୍ ଶୀଘ୍ର ବିମାନ ବନ୍ଦର ତିଆରି ହେବ । ଏ ସକାଶେ ଜମି ଅଧିଗ୍ରହଣ ସରିଛି । ବାଡ଼ ବି ବୁଲା ହୋଇଯାଇଛି । ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଅନୁମତି ମିଳିଯାଇଛି । ଆଉ ନିର୍ମାଣ ପାଇଁ ଟେଣ୍ଡର ବି ଆହ୍ୱାନ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…

[ଦେଖନ୍ତୁ ଭିଡିଓ] ନିମ୍ନ ମାନର କାମ ଯୋଗୁ ରାସ୍ତା ପାଲଟିଛି ମରଣଯନ୍ତା

ଜଗତସିଂହପୁର  : ଆସୁଛି ଅର୍ଥ। ହେଲେ କାମ ହେଉଛି ନିମ୍ନ ମାନର। ରାସ୍ତା ଖଣ୍ଡିଏପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ ହୋଇଛି। ହେଲେ ତିନି ମାସ ନପୁରୁଣୁ ରାସ୍ତା ପାଲଟିଛି ମରଣଯନ୍ତା। ଠିକାଦାର ଓ ଉପରିସ୍ଥ କର୍ମଚାରୀଙ୍କ ଯୋଗୁ ଅର୍ଥହେରଫେର ହୋଇଥିବା ବେଳେ ରାସ୍ତା କାମରେ ଚଞ୍ଚକତା କରାଯାଇଥିବା…

ନୟାଗଡରେ ଦଣ୍ଡ ଶୋଭାଯାତ୍ରା ସମୟରେ ଯୁବକଙ୍କୁ ହତ୍ୟା ଘଟଣା: ୮ ଗିରଫ

ନୟାଗଡ : ନୟାଗଡରେ ଦଣ୍ଡ ଶୋଭାଯାତ୍ରା ସମୟରେ ଯୁବକଙ୍କୁ ଆକ୍ରମଣ ଘଟଣା ।ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଉଛନ୍ତି ନୟାଗଡ ଦେଉଳି ସାହିର ବାସିନ୍ଦା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି ଅଭିମନ୍ୟୁ ପ୍ରଧାନଙ୍କ ତିନି ପୁଅ , ମୁନା , କାବୁଲି…

[ଦେଖନ୍ତୁ ଭିଡିଓ] ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ପାଞ୍ଚ ଜଣଙ୍କୁ ଏକା ମାରିଥିଲା ଶିବ

କଟକ : ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା । ୫ଜଣଙ୍କୁ ଏକା ହତ୍ୟା କରିଥିଲା ଶିବପ୍ରସାଦ ସାହୁ ।  ମାହାଙ୍ଗା କୁସୁପୁରରେ ହତ୍ୟାକାଣ୍ଡର ଡେମୋ ଦେଖାଇଛି ଅଭିଯୁକ୍ତ । କେମିତି ପାଂଚ ପାଂଚ ଜଣଙ୍କୁ ହତ୍ୟା କଲା ୪୫ ମିନିଟି ଧରି ସେଦିନର ପୁରା କାହାଣୀକୁ ପୁଲିସ ଆଗରେ ଦେଖାଇଛି ଶିବ ପ୍ରସାଦ…

କାନାଡ଼ାରେ ହତ୍ୟା ହୋଇଥିବା ଭାରତୀୟଙ୍କ ମୃତଦେହ ଶନିବାର ଦିଲ୍ଲୀରେ ପହଞ୍ଚିବ

ନୂଆଦିଲ୍ଲୀ: କାନାଡ଼ାରେ ହତ୍ୟା ହୋଇଥିବା ଭାରତୀୟ ଛାତ୍ରଙ୍କ ମୃତ ଦେହ ଶନିବାର ଦିଲ୍ଲୀରେ ପହଞ୍ଚିବ । ମୃତକ ହେଉଛନ୍ତି, ୨୧ ବର୍ଷୀୟ କାର୍ତ୍ତିକ ବାସୁଦେବ । କାନାଡ଼ାର ଟରଣ୍ଟୋରେ କାର୍ତ୍ତିକ ମୃତଦେହ ମିଳିଥିଲା । ଅଭିଯୁକ୍ତକୁ ଟରଣ୍ଟୋ ପୋଲିସ କୋର୍ଟରେ ହାଜର କରିଛି । ଯାହାର ଶୁଣାଣି ଏପ୍ରିଲ…