Latest Odisha News

BREAKING NEWS

Browsing Category

ଫିଚର

ଟି୨୦ ଡନ କିଏ ? ରୋହିତ ନାଁ କୋହଲି..

ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ନିଶ୍ଚିତ ଭାବେ ଏହି ବିଶ୍ୱକପରେ ଭାରତର ଦୁଇ ଷ୍ଟାର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏମାନଙ୍କ ମଧ୍ୟରେ କିଏ ହେବ ଟି୨୦ର ଡନ ? ପ୍ରଦର୍ଶନ ବିଚାରକୁ ନେଲେ କେହି…

ଚିନ୍ତା ବଢାଇଛି ନକଲି ଟେଲମା ୪୦

କଟକ : ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ  । କଟକ ମହତାବ ରୋଡ ଅଞ୍ଚଳରୁ ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ମେଡ଼ିସିନ୍ । କଳା ତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଟ୍ରାନ୍ସପୋର୍ଟରୁ ଜବତ କରିଛି ପୋଲିସ । ୧୩୫୦ ଷ୍ଟ୍ରିପ ଟେଲମା ୪୦ ଔଷଧ ସିଜ କରିଛି କଟକ ପୁରୀଘାଟ ଥାନା ପୋଲିସ। ଏନେଇ…

ପୁରୀର ରାସ୍ତାଘାଟରେ ବିକ୍ରି ହେଉଛି ଆମିଷ, ୩ ବର୍ଷ ପରେ ବି ସରୁନି ସ୍ୱଚ୍ଛ ମାଛ ବଜାର ନିର୍ମାଣ

ପୁରୀ: ଅବଧି ଶେଷ ପରେ ବି ଅଧାଗଢ଼ା ନିର୍ମାଣ । ୩ ବର୍ଷ ପରେ ବି ସରୁନି ପୁରୀର ସ୍ୱଚ୍ଛ ମାଛ ବଜାର ପ୍ରକଳ୍ପ । ମାଛ ଦୋକାନୀଙ୍କୁ ଥଇଥାନ ଲକ୍ଷ୍ୟରେ ୨୦୧୯ ମସିହାରେ ପୁରୀରେ ଆରମ୍ଭ ହୋଇଥିଲା ସ୍ୱଚ୍ଛ ମାଛ ବଜାରର ନିର୍ମାଣ । ୬ କୋଟି ଟଙ୍କା ବ୍ଯୟରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ସ୍ୱଚ୍ଛ ମାଛ…

କ୍ରିକେଟରେ ଷ୍ଟାର କଲଚର ନେଇ ଗୌତମଙ୍କ ଗମ୍ଭୀର ବୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ଆଜି ଏକ ସାକ୍ଷାତକାରରେ କ୍ରିକେଟକୁ ନେଇ ଗମ୍ଭୀର ବୟାନ ଦେଇଛନ୍ତି । ଷ୍ଟାର କଲଚର ନେଇ ସେ ପ୍ରଶଂସକଙ୍କ ସମେତ ବୋର୍ଡ ଉପରେ ପ୍ରଶ୍ନ ଉଠାଇଛନ୍ତି । ୧୯୮୩ରେ ଭାରତ ବିଶ୍ୱକପ ବିଜୟୀ ହେବା ପରେ କପିଳ ଦେବ ରାତାରାତି ଷ୍ଟାର ପାଲଟି…

ରାଜସ୍ଥାନ କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଟାର ସନ୍ଦୀପ ବିଶ୍ନୋଇଙ୍କୁ ଗୁଳି କରି ହତ୍ୟା

ନାଗୌର: ରାଜସ୍ଥାନର ନାଗୌର କୋର୍ଟ ପରିସରରେ ଆଜି ଗ୍ୟାଙ୍ଗଷ୍ଟାର ସନ୍ଦୀପ ବିଶ୍ନୋଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସ୍ଥାନୀୟ ପୋଲିସ ସନ୍ଦୀପଙ୍କୁ କୋର୍ଟରେ ହାଜର କରାଇବା ପାଇଁ ନେଉଥିବା ବେଳେ ଏକ କଳା କାରରେ ଶୁଟରମାନେ ଆସି ଆଖି ବୁଜା ଗୁଳି ଚାଳନା କରିଥିଲେ । ଏଥିରେ ସନ୍ଦୀପ ଘଟଣା…

ବିଜେପିରେ ମିଶିବେ କ୍ୟାପଟେନ୍

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସର ଟାଣୁଆ ନେତା ବୋଲାଉଥିବା କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ଧରିବେ ପଦ୍ମ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ପ୍ରମୁଖ କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ବିଜେପି ରେ ଯୋଗ ଦେବେ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାଙ୍କ…

କଟକ ବଡ଼ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ କେବଳ ଓଡ଼ିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନଙ୍କ ପାଇଁ ଭରସାଯୋଗ୍ୟ ଚିକିତ୍ସା କେନ୍ଦ୍ରର ସୁନାମ ଲାଭ କରିଛି । ତେଣୁ ୭୫ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ବିରାଟ ଅନୁଷ୍ଠାନର ରୂପାନ୍ତରଣ ସହିତ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା…

ବିଷ୍ଣୁଙ୍କ ଶେଷ କବିତା !

ଭୁବନେଶ୍ୱର :  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଇଥିଲେ । ସେଥିପାଇଁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଥାଏ ।ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଇଥିବାରୁ ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନଥାଏ  । ସେଥିପାଇଁ ଓଡ଼ିଆ ଝିଅ ଦ୍ରୌପଦୀ…

ନବୀନଙ୍କ ପୂଜା ଭେଟି, ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି ।…

ଖପ୍ରାଖୋଲ ବ୍ଲକରେ ପୁଣି ଲାଗିଲା ମାଓ ପୋଷ୍ଟର

ପାଟଣାଗଡ଼: ପୁଣି ଲାଗିଲା ମାଓ ପୋଷ୍ଟର । ଦୀର୍ଘ ଦିନ ପରେ ବଲାଙ୍ଗିର ଜିଲ୍ଲା ମାଓ ଅଧ୍ୟୁଷିତ ଖପ୍ରାଖୋଲ ବ୍ଳକରେ ଲାଲବାହିନୀ ପୁଣି ଉପସ୍ଥିତି ଜାହିର୍ କରିଛନ୍ତି । ଖପ୍ରାଖୋଲ ଥାନା ଠାରୁ ୬ କିଲୋମିଟର ଦୂର ଘୁନସର ବଜାରରେ ମାଓବାଦୀ ବଡ଼ ବଡ଼ ବ୍ଯାନର ଲଗାଇ ଥିବା ଦେଖିବାକୁ ମିଳିଛି ।…