Latest Odisha News

BREAKING NEWS

Browsing Category

ଫିଚର

ଜେମ୍ସ ବଣ୍ଡ ଫିଲ୍ମରେ ଅଭିନୟ କରିବେ ରାମଚରଣ ?

ମାଡ୍ରାସ: ଭାରତର ଚର୍ଚ୍ଚିତ ହୀରୋ ରାମଚରଣଙ୍କ ଉପରେ ଏବେ ହଲିଉଡର ନଜର ପଡିଛି । ମାର୍ଭଲ ସିନେମେଟିକ ୟୁନିଭର୍ସର ଏକ କ୍ରିଟେର ରାମଚରଣଙ୍କ ନାମ ଜେମ୍ସ ବଣ୍ଡ ଫିଲ୍ମ ପାଇଁ ଉଠାଇଛନ୍ତି । ଆରଆରଆରରେ ତାଙ୍କ ପ୍ରଦର୍ଶନ ଦେଖି ଲ୍ୟୁକ କେଜ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛନ୍ତି । ଆଗାମୀ ଜେମ୍ସ…

ସମାରିଟାନରେ ବିଗ୍ ବି ଅମିତାଭ; ଅବିକଳ ସିଲ୍ଭେସ୍ଟର ଷ୍ଟେଲନ

ଭୁବନେଶ୍ୱର: ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଥିବା ୱେବସିରିଜ ସମାରିଟାନରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦେଖିଛନ୍ତି ଫ୍ୟାନ୍ । ବୁଧବାର ସମାରିଟାନର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ରିଲିଜର ପ୍ରଥମ ଦିନରେ ଲକ୍ଷାଧିକ ଫ୍ୟାନ୍ ଏହାକୁ ଦେଖିଛନ୍ତି । ଟ୍ରେଲର ରିଭିୟୁରେ କିଛି…

ବାଇଡେନଙ୍କୁ ଏଲିୟନଙ୍କ ବିଷୟରେ ତଥ୍ୟ ଦେବି କହି ମିଲିଟ୍ରି ବେସରେ ପ୍ରବେଶ ପାଇଁ ଯୁବକଙ୍କ ଉଦ୍ୟମ

ନ୍ୟୁୟର୍କ: ଆମେରିକା ପୋଲିସ ଗୁରୁବାର ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଏହି ବ୍ୟକ୍ତିଜଣଙ୍କ ମିଲିଟ୍ରି ବେସରେ ପଶିବା ପାଇଁ ଉଦ୍ୟମ କରୁଥିବାରୁ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ । ମୁଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏଲିୟନଙ୍କ ବିଷୟରେ ତଥ୍ୟ ଦେବାକୁ ଆସିଛି କହିବା ପରେ…

ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ : ‘ଏ ମାଟିର କନ୍ୟା’ ଶୀର୍ଷକ ନେଇ ଚର୍ଚ୍ଚା

ଭୁବନେଶ୍ୱର :  ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଏ ମାଟିର କନ୍ୟା’ . . .ଶୀର୍ଷକରେ ନବୀନଙ୍କ ଆଲେଖ୍ୟ ନେଇ ଚର୍ଚ୍ଚା । ନବୀନ କହିଛନ୍ତି, ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେବା ସମୟ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗୌରବର ଶ୍ରେଷ୍ଠ ମୁହୂର୍ତ୍ତ ଥିଲା ।…

ପ୍ରଧାନମନ୍ତ୍ରୀ ଚୟନ ନେଇ ଇରାକରେ ଅଶାନ୍ତି, ସଂସଦ ମଧ୍ୟକୁ ଧସେଇ ପଶିଲେ ବିକ୍ଷୋଭକାରୀ

ବାଗଦାଦ: ଇରାକରେ ପୁନର୍ବାର ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି । ମହମ୍ମଦ ଅଲ ସୁଦାନୀଙ୍କୁ ଗଠବନ୍ଧନ ସରକାର ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ଏହି ଅଶାନ୍ତି ସୃଷ୍ଟି ହୋଇଛି । ସୁଦାନୀ ଇରାନ ସମର୍ଥକ ହୋଇଥିବାରୁ ସ୍ଥାନୀୟ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।…

ବରୁଣ କ୍ୟାରିୟରର ସବୁଠାରୁ ବ୍ୟୟ ବହୂଳ ଫିଲ୍ମ ବବାଲ ଶୁଟିଂରେ ବ୍ୟସ୍ତ, ୭ ଏପ୍ରିଲରେ ହେବ ରିଲିଜ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କ ଆଗାମୀ ଫିଲ୍ମ ବବାଲ ଶୁଟିଂରେ ଏବେ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ ହୋଇ ପଡିଛନ୍ତି । ଏହା ତାଙ୍କ କ୍ୟାରିୟରର ଏ ପର୍ଯ୍ୟନ୍ତ ସବୁଠାରୁ ବ୍ୟୟ ବହୂଳ ଫିଲ୍ମ । ଏହି ଫିଲ୍ମ ଶୁଟିଂରେ ପ୍ରତିଦିନ ୨.୫ କୋଟି ଟଙ୍କା ବ୍ୟୟ ହେଉଛି । ଏହାର ୧୦ ଦିନର ଶିଡ୍ୟୁଲ…

ତୃତୀୟ ଦିନିକିଆ ଜିତି ଭାରତ ସିରିଜ ବିଜୟୀ

ଓ୍ବେଷ୍ଟଇଣ୍ଡିଜ ମାଟିରେ ଭାରତ ପ୍ରଥମ ଥର ପାଇଁ 3-0ରେ ସିରିଜ ବିଜୟୀ ହୋଇଛି । ତୃତୀୟ ମ୍ୟାଚରେ  ବର୍ଷା ବାରମ୍ବାର ହୋଇଥିବା ବେଳେ  ତୃତୀୟ ତଥା ଶେଷ ଦିନିକିଆକୁ 119 ରନରେ ଓ୍ବେଷ୍ଟଇଣ୍ଡିଜକୁ ଭାରତ ପରାସ୍ତ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଦୁଇ ଓପନର ଶିଖର ଧାୱନ ଓ ଶୁବମନ…

ସବୁ ସାରିଦେଲା ଟଙ୍କା ଲୋଭ: ଜୁଲାଇ ୩୦ରେ ଅବସର ନେବା ପୂର୍ବରୁ ଲାଞ୍ଚ ନେଇ ସାର୍ ଗିରଫ

କେନ୍ଦ୍ରପଡା: ଜୁଲାଇ ୩୦ ତାରିଖରେ ସଞ୍ଜୀବ ସିଂହଙ୍କ ଅବସର ନେଇଥାନ୍ତେ । କିନ୍ତୁ ଅବସର ଗ୍ରହଣ କରିବାର ମାତ୍ର ୩ ଦିନ ପୂର୍ବରୁ ଜେଲ୍ ଯାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂହ । ଲାଞ୍ଚ ନେବା ଅଭିଯୋଗରେ ବୁଧବାର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ…

କେଉଁ ମାମଲାରେ ଜାମିନ୍ ଆବେଦନ କରିଛନ୍ତି ବାବୁସାନ ?

କଟକ: ଚେନ୍ନାଇରୁ ଫେରିବା ପରେ ଓଲିଉଡ ହୀରୋ ବାବୁସାନଙ୍କୁ ଘାରିଛି ଗିରଫଦାରୀ ଭୟ। ଖାରବେଳନଗର ଥାନା ପୂର୍ବରୁ ବାବୁସାନଙ୍କୁ ତାଙ୍କ ପତ୍ନୀ ତୃପ୍ତୀ ଶତପଥୀଙ୍କ ଏଫଆଇଆର ଆଧାରରେ ହାଜର ହେବାକୁ କହିସାରିଛି। ଏବେ ସେ ଭୁବନେଶ୍ୱରକୁ ଫେରିଛନ୍ତି। ତେଣୁ ପୋଲିସ ଜେରାର ସେ ଖୁବଶୀଘ୍ର ସାମ୍ନା…

ଏମଡିଏମ ସ୍କିମରେ ଘୋଟାଲା ? ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ଏମଡିଏମ୍ ସ୍କିମ୍ ବା ସ୍କୁଲ ପିଲାଙ୍କ ପାଇଁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ଦୁର୍ନୀତି ହୋଇଛି । ଶାସକ ଦଳ ଏବେ ଏହାକୁ ଚପାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛି। ବିଜେଡି ସରକାର ବିରୋଧରେ ଏପରି ଏକ ଅଭିଯୋଗ ଆଣି ବର୍ଷିଛି ବିରୋଧୀ ଭାରତୀୟ ଜନତା ପାର୍ଟି । ବୁଧବାର…