Latest Odisha News

BREAKING NEWS

Browsing Category

କଟକ

Cuttack

ମକର ସଂକ୍ରାନ୍ତିରେ ଅଘଟଣ: ଗୁଡି ସୂତା ଲାଗି ୨ ଆହତ

କଟକ: ମକର ସଂକ୍ରାନ୍ତି ପାଇଁ ଗାଁଠୁ ସହର ଚାରିଆଡେ ଏବେ ଉତ୍ସବର ମାହୋଲ । କିନ୍ତୁ ଏହାରି ଭିତରେ କଟକରେ ଘଟିଲା ଅଘଟଣ । ଗୁଡି ସୂତା ଲାଗି ଦୁଇ ଜଣ ବାଇକ୍ ଆରୋହି ଗୁରୁତର ଆହତ ହୋଇଛନ୍ତି । ଜଣଙ୍କର ବେକରେ ସୂତା ଲାଗିଥିବା ବେଳେ ଅନ୍ୟ ଜଣଙ୍କର ପାପୁଲିରେ ସୂତା ଲାଗି କଟିଯାଇଛି । ୨ ଯୁବକ…

ଏମପି-ଏମଏଲଏଙ୍କ ବିରୋଧରେ ଫୌଜଦାରୀ ମାମଲା, ପ୍ରଥମରେ ଖୋର୍ଦ୍ଧା ଦ୍ଵିତୀୟରେ ସୁନ୍ଦରଗଡ

କଟକ: ରାଜ୍ୟର ସାସଂଦ ଓ ବିଧାୟକଙ୍କ ନାଁରେ ୨୦୨୩ ଡିସେମ୍ବର ସୁଦ୍ଧା ପଡ଼ିରହିଛି ୪୨୩ ଫୌଜଦାରୀ ମାମଲା । ବିଚାରଧୀନ ମାମଲାର ତ୍ୱରିତ ଶୁଣାଣି ହେବ । ରାଜ୍ୟ ସରକାର ଏ ନେଇ କଣ ପଦକ୍ଷେପ ନେଇଛନ୍ତି, ସେସବୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ…

କଟକରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ଵରଙ୍କ କଲେ ଦର୍ଶନ

କଟକ: ଓଡିଶା ଗସ୍ତର ଦ୍ବିତୀୟ ଦିନରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଅଶ୍ୱିନୀ । ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ…

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା: ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟରେ ଏକ ନୂଆ ମୋଡ଼ ନେଇଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ମାମଲା । ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ସିବିଆଇ ତଦନ୍ତ ଦାବି ମାମଲା ନେଇ ମାନ୍ୟବର ହାଇକୋର୍ଟ ଘୋଷଣା କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା…

ASO ଚୟନ: ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

କଟକ: ASO ଚୟନ ମେରିଟ ଲିଷ୍ଟ କାଏମ୍‌ ରଖିଛନ୍ତି ହାଇକୋର୍ଟ । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିବା ସହ ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ତେବେ ଯେଉଁଠୁ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ହିଁ ଚାଲୁ ରଖିବାକୁ OPSCକୁ ନିର୍ଦ୍ଦେଶ…

ଅଲଗା ହେବେ ବର୍ଷା-ଅନୁଭବ, ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କୁ ମିଳିଲା ଅନୁମତି

କଟକ: ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଆସିଛି ବଡ଼ ଖବର । ତାରକା-ଦମ୍ପତି ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ। ଏଥି ସହିତ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦୀୟ…

ଟ୍ଵିନସିଟିରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା, ହିତାଧିକାରୀଙ୍କ ପାଖରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନାର ଲାଭ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା । ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ। ବଡ଼ଗଡ଼ କଲ୍ୟାଣ ମଣ୍ଡପ…

ହାତଠାରି ଡାକୁଥିଲା ମୃତ୍ୟୁ ହେଲେ ଭଗବାନଙ୍କ ଇଚ୍ଛା ଥିଲା କିଛି ଅଲଗା

ବାଙ୍କୀ : କଥାରେ ଅଛି ରଖେ ହରି ତ ମାରେ କିଏ  । ଧରାପୃଷ୍ଠରେ ଯିଏ ଜନ୍ମ ନେଇଛି ମାନେ , ମୃତ୍ୟୁ ସୁନିଶ୍ଚିତ  । ଏହା ନିରାଟ ସତ୍ୟ ହେଲେ  । ହେଲେ ଭଗବାନଙ୍କ ଇଚ୍ଛା ଆଗରେ ସବୁ କିଛି ଫେଲ ମାରିଥାଏ  । ଏମିତି କିଛି ଘଟଣା ଦେଖିବାକୁ କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ…

ଜନଶତାଦ୍ଦୀ ଏକ୍ସପ୍ରେସରେ ନିଆଁ, ଭୟଭୀତ ହେଲେ ଯାତ୍ରୀ

କଟକ: ଜନ ଶତାଦ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ  । କଟକ ଷ୍ଟେସନରେ ଗୋଟିଏ ବଗି ତଳେ ନିଆଁ ଲାଗିଯାଇଛି । ବ୍ରେକ୍ ବାଇଡିଂ ଯୋଗୁଁ ନିଆଁ ଲାଗିଥିବା ରେଲଓ୍ବେ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଟ୍ରେନଟି ଭୁବନେଶ୍ବରରୁ ହାଓ୍ବଡା ଯାଉଥିଲା । ପରେ ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର

କଟକ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା…