Latest Odisha News

BREAKING NEWS

Browsing Category

କେନ୍ଦୁଝର

Kendujhar

ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ

କେନ୍ଦୁଝର: ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଅରିନ୍ଦମଙ୍କ ପତ୍ନୀ ସମୀକ୍ଷାଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ । ଆଜି ତାଙ୍କ ଘରକୁ ଯାଇ ଅର୍ଥ…

କେନ୍ଦୁଝରରେ ଘନ କୁହୁଡିକୁହୁଡ଼ିଆ ପାଗ

କେନ୍ଦୁଝର : କିଛି ଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ କେନ୍ଦୁଝରରେ କୁହୁଡିଆ ପାଗ । ସକାଳୁ ଘନ କୁହୁଡିରେ ଆଚ୍ଛାଦିତ ହୋଇଯାଇଥିଲା ପୁରା କେନ୍ଦୁଝର । କୁହୁଡି ଯୋଗୁ ଗାଡିମଟରରୁ ନେଇ ଯିବା ଆସିବାରେ ବହୁ ଅସୁବିଧା ଦେଖିବାକୁ ମିଳିଥିଲା । ତେବେ ବ୍ୟାପକ ଜଙ୍ଗଲ କ୍ଷୟ ଓ…

ଅଲବିଦା ଅରିନ୍ଦମ: ଜନ୍ମମାଟିରେ ହେଲା ଶେଷକୃତ୍ୟ

କେନ୍ଦୁଝର: ପଞ୍ଚଭୂତରେ ଲୀନ ହୋଇଛି ଯୁବ ସାମ୍ବାଦିକ ଅରିନ୍ଦର ଦାସଙ୍କ ପାର୍ଥିବ ଶରୀର । ପୈତୃକ ଗାଁ କେନ୍ଦୁଝର ଜିଲ୍ଲାର ରାଇକଳାରେ ବୈତରଣୀ ନଦୀକୂଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅରିନ୍ଦମଙ୍କ କକା ପୁଅ ଭାଇ ମୁଖାଗ୍ନି ଦେଇଥିଲେ । ଅରିନ୍ଦମଙ୍କୁ ହରାଇ ତାଙ୍କ ଗାଁରେ ଶୋକାକୂଳ ପରିବେଶ ।…

ଚମ୍ପୁଆ ବିଧାୟିକା ଓ ସହଯୋଗୀଙ୍କ ନାଁରେ ଟ୍ରକ୍ ମାଲିକ ସଂଘର ସଙ୍ଗୀନ ଅଭିଯୋଗ

କେନ୍ଦୁଝର: ଅଡୁଆରେ ଚମ୍ପଆ ବିଧାୟିକା ମିନୀକ୍ଷୀ ମହନ୍ତ । ଗାଡ଼ି ମାଲିକଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟିକାଙ୍କ ଘନିଷ୍ଠ ସହଯୋଗୀଙ୍କ ନାଁରେ ଥାନାରେ ଏତଲା ହୋଇଛି । ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜ ବ୍ୟବସାୟ ବଢାଇବା ପାଇଁ ଗୁଣ୍ଡାଗିରି କରୁଥିବା ଅଭିଯୋଗ ଆଣିଛି ବାଂଶପାଣି…

ବିଭିନ୍ନ ଦାବି ନେଇ ଏକାଠି ହେଲେ ଶହ ଶହ ଅଙ୍ଗନୱାଡି କର୍ମୀ

କେନ୍ଦୁଝର :ଆନ୍ଦୋଳନର ଧମକ ଦେଲେ ଅଙ୍ଗନୱାଡି କର୍ମୀ । ୫ ଦଫା ଦାବିନେଇ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ୍ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ପ୍ରତ୍ୟେକ ଶିଶୁଙ୍କୁ ରନ୍ଧାଖାଦ୍ୟ ଦେବାପାଇଁ ମିଳୁଛି ୫ ଟଙ୍କା ହେଲେ ଅଣ୍ଡା…

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା…

ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ

କେନ୍ଦୁଝର:ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ । କେଉଁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ବାୟାପଣ୍ଡାଧାର ଛକରେ ବିଳମ୍ବିତ ରାତିରେ ଟ୍ରକ ଧକ୍କା ଦେବା ଫଳରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ କତରାପାଲି ଗାଁ ର ରବି ପ୍ରଧାନ ବୋଲି ଜଣାପଡିଛି…

ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା

କେନ୍ଦୁଝର : ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା । ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତା କୁ ନେଇ ତେଲକୋଇ ବ୍ଲକ ସିରିଗିଡା ପଞ୍ଚାୟତର ଲୋକମାନେ ପ୍ରତିବାଦକୁ ଜୋରଦାର କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ପତାକା ଉତୋଳନ ପାଇଁ…

ପୋଖରୀରେ ବୁଡି ୨ ଶିଶୁ କନ୍ୟା ମୃତ

କେନ୍ଦୁଝର: ପୋଖରୀ ବୁଡି ୨ ଶିଶୁ କନ୍ୟା ମୃତ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ଜଗମୋହନପୁର ଗାଁ ମୁଣ୍ଡା ସାହିରେେ ଏହିି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଗାଁର ଯୋଗୀ ମୁଣ୍ଡାଙ୍କ ୨ ବର୍ଷର ଝିଅ ସୁଇଟି ମୁଣ୍ଡା ଓ ସୁଶୀଲ ମୁଣ୍ଡାଙ୍କ ୩ ବର୍ଷର ଝିଅ ପରି ମୁଣ୍ଡା । ଦୁଇ…

ଯୋଡ଼ା ବ୍ଲକ ଟେକ୍ନିକାଲ୍ କନସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ସର୍ବଶିକ୍ଷା ଅଭିଯାନର ଟେକନିକାଲ କନସଲଟାଣ୍ଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କ୍ଷେତ୍ରବାସୀ ମହାନ୍ତଙ୍କ ଘରେ ଚଢ଼ାଉ ଚାଲିଛି । ତାଙ୍କ ଘର ସମେତ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ ।…