Latest Odisha News

BREAKING NEWS

Browsing Category

କ୍ରିକେଟ

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକାରେ ଓମିକ୍ରନ କାୟା ବିସ୍ତାର କରୁଥିବାରୁ ସ୍ଥାନୀୟ ସରକାର ଏବଂ କ୍ରିକେଟ ବୋର୍ଡ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ୨୬ ଡିସେମ୍ବରରୁ ଖେଳାଯିବାକୁ ଥିବା ପ୍ରଥମ କ୍ରିକେଟ ଟେଷ୍ଟ ବିନା ଦର୍ଶକରେ ଖେଳାଯିବ ।…

୧୯ ବର୍ଷରୁ କମ୍ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା

ନୂଆଦିଲ୍ଲୀ: ୧୪ ଜାନୁୟାରୀରୁ ଫେବୃୟାରୀ ୫ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ୟଶ ଢ଼ୁଲଙ୍କୁ ଅଧିନାୟକ ଏବଂ ଏସକେ ରଶୀଦଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ୪ଥର ବିଶ୍ୱ ଚାମ୍ପିୟନ ଓ ୩ ଥର ରନର୍ସଅପ…

ବ୍ୟାଟିଂରେ ଇତିହାସ ରଚିଲେ ଇଂଲଣ୍ଡ ପେସ ବୋଲର ଆଣ୍ଡରସନ

ମେଲବୋର୍ଣ୍ଣ: ଇଂଲଣ୍ଡ ପେସ ବୋଲର ଜେମ୍ସ ଆଣ୍ଡରସନ ବ୍ୟାଟିଂରେ ଇତିହାସ ରଚିଛନ୍ତି । ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଥର ନଟଆଉଟ ରହିବା ରେକର୍ଡ କରିଛନ୍ତି । ସେ ଏ ପର୍ଯ୍ୟନ୍ତ ୧୦୦ ଥର ନଟଆଉଟ ରହିଛନ୍ତି । ତାଙ୍କ ପୂର୍ବରୁ କୌଣସି ଖେଳାଳି ଏତେ ମ୍ୟାଚରେ ନଟଆଉଟ ରହି ନ ଥିଲେ । ଆଡିଲେଡରେ…

ଚେନ୍ନାଇ ଟିମର ସଦସ୍ୟ ହୋଇପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ !

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କ ନିକଟରେ ଆଇପିଏଲ ଖେଳିବା ସୁଯୋଗ ଉପନୀତ ହୋଇଛି । ବିଜୟ ହଜାରେରେ ଓଡିଶାର ନେତୃତ୍ୱ ନେଇଥିବା ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଟ୍ରାଏଲ ପାଇଁ ଡକାଯାଇଛି । ବିଜୟ ହଜାରେ ଟ୍ରଫିରେ ସେ ୮୧, ୭୧ ନଟଆଉଟ ଓ…

ପଡିଆରେ କୋହଲିଙ୍କ ଆଟିଟ୍ୟୁଡ ଭଲ ଲାଗେ, ମାତ୍ର ଲଢ଼େଇ ବହୁତ କରନ୍ତି : ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ପଡିଆରେ ବିରାଟ କୋହଲିଙ୍କ ଆଟିଟ୍ୟୁଡକୁ ଭଳ ପାଇଥାଏ ମାତ୍ର ସେ ଲଢ଼େଇ ବହୁତ କରନ୍ତି । କୋହଲି ଅଧିନାୟକ ପଦରୁ ହଟିବା ପରେ ଉଭୟଙ୍କ ମଧ୍ୟରେ ଏ ନେଇ ଏକପ୍ରକାର ଶୀତଳ ଯୁଦ୍ଧ ଲାଗିଛି…

ଆଇପିଏଲ: ନୂତନ ଫ୍ରାଂଚାଇଜ ଲକ୍ଷ୍ନୌର ମେଂଟର ହେଲେ ଗମ୍ଭୀର

ଲକ୍ଷ୍ନୌ: ଆଇପିଏଲର ନୂତନ ଫ୍ରାଂଚାଇଜର ଲକ୍ଷ୍ନୌର ମେଂଟର ଭାବେ ଗୌତମ ଗମ୍ଭୀର ନିଯୁକ୍ତ ହୋଇଛନ୍ତି । ଗମ୍ଭୀରଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ୨ଥର ଚାମ୍ପିୟନ ହୋଇଥିଲା । ଟୁଇଟରରେ ଏ ନେଇ ସୂଚନା ଦେବା ସହ ସେ ଲେଖିଛନ୍ତି ପୁନର୍ବାର ପ୍ରତିଯୋଗିତା ସହ ଜଡିତ ହେବା ମୋ ପାଇଁ ସୌଭାଗ୍ୟର…

କୋହଲିଙ୍କ ସପକ୍ଷରେ କୀର୍ତି ଆଜାଦଙ୍କ ବଡ ବୟାନ

ମୁମ୍ବାଇ: ୧୯୮୩ ବିଶ୍ୱକପ ବିଜେତା ଭାରତୀୟ କ୍ରିକେଟ ଦଳର ସଦସ୍ୟ କୀର୍ତି ଆଜାଦ ଆଜି ବିରାଟ କୋହଲିଙ୍କ ସପକ୍ଷରେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ବର୍ତମାନ ଚୟନ କମିଟିର ସମସ୍ତ ସଦସ୍ୟ ମିଳିତ ଭାବେ ଯେତିକି ମ୍ୟାଚ ଖେଳି ନ ଥିବେ ଏକୁଟିଆ କୋହଲି ସେତିକି ମ୍ୟାଚ ଖେଳିଛନ୍ତି । ତାଙ୍କର ଏହି…

କରୋନା ଯୋଗୁ ଘୁଂଚିଲା ପାକିସ୍ତାନ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ସିରିଜ

ଲାହୋର: କରୋନା ମହମାରୀ ଯୋଗୁ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ସିରିଜ ଅଧାରୁ ବନ୍ଦ କରି ଦିଆଯାଇଛି । ଏବେ ଏହା ଆସନ୍ତା ବର୍ଷ ଜୁଲାଇରେ ହେବ ବୋଲି ସ୍ଥିର ହୋଇଛି । ଗୁରୁବାର ୱେଷ୍ଟଇଣ୍ଡିଜର ଆଉ ୫ ସଦସ୍ୟ କରୋନା ପଜିଟିଭ ଜଣାପଡିଥିଲେ । ଶାଇ ହୋପ, ଜଷ୍ଟିନ ଗ୍ରୀଭସ ଓ ଅକୀଲ…

କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଗଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଆଜି ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛି । ମୁମ୍ବାଇରୁ ଟିମ୍ ଇଣ୍ଡିଆ ଜୋହାନ୍ସବର୍ଗ ଯିବ । ବିସିସିଆଇ ଖେଳାଳିମାନଙ୍କ ଫଟୋ ସୋସିଆଲ ସାଇଟରେ ଶେୟାର କରିଛି । ଭାରତ ଏଠାରେ ୮ମ ସିରିଜ ଖେଳିବ । ଏଥର କିଛି ବିଶେଷ କରି ଫେରିବୁ ବୋଲି…

ବିଶ୍ୱକପରେ ପୁନର୍ବାର ଭାରତ-ପାକ ମୁକାବିଲା

ଦୁବାଇ: ବିଶ୍ୱକପ କ୍ରିକେଟରେ ପୁନର୍ବାର ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ୨୦୨୨ ମାର୍ଚ୍ଚ ୪ରେ ମହିଳା ଦିନିକିଆ ବିଶ୍ୱକପ କ୍ରିକେଟରେ ଉଭୟ ଟିମ ମଧ୍ୟରେ ଚୌରାଙ୍ଗଠାରେ ମୁକାବିଲା ହେବ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୁଧବାର ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା କରିବା…